spot_img

Latest Posts

ଯାତ୍ରୀଙ୍କ ପାଇଁ ନାହିଁ ବସ୍ ଷ୍ଟପ, ପ୍ରଚଣ୍ଡ ଖରାରେ ଅପେକ୍ଷା କରୁଛନ୍ତି ଯାତ୍ରୀ

ମାଳମାଳ ବସ୍ । ହେଲେ ନାହିଁ ବସ୍ ଷ୍ଟପ୍ । ଖରାରେ ଅପେକ୍ଷା କରୁଛନ୍ତି ଯାତ୍ରୀ । ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ । ସମ୍ବଲପୁରରେ ତେଜୁଛି ଯାତ୍ରୀ ଅସନ୍ତୋଷ । ସମ୍ବଲପୁର ସହରରେ ମାଳ ମାଳ ଆମ ବସ୍ ଚଳାଚଳ କରୁଛି ହେଲେ ସହରରେ ଗୋଟିଏ ବି ବସ ଷ୍ଟପ ନାହିଁ । ଫଳରେ ନାହିନଥିବା ଅସୁବିଧା ଭୋଗୁଛନ୍ତି ସମ୍ବଲପୁର ସହର ବାସୀ l କିଛିଦିନ ଆଗରୁ ଖୋଦ୍ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଆସି ସହର ବାସୀଙ୍କ ଯାତାୟାତ ସୁବିଧା ପାଇଁ ୫୦ ଟି ଆମ ବସ୍ ର ଶୁଭାରମ୍ଭ କରିଥିଲେ । କିନ୍ତୁ ବସ୍ ଷ୍ଟପ କଥା ଭୁଲିଗଲେ । ଫଳରେ ପ୍ରଚଣ୍ଡ ଖରାରେ ଗଛ ତଳେ ବସ କୁ ଅପେକ୍ଷା କରୁଛନ୍ତି ଯାତ୍ରୀ l ବାରମ୍ବାର ଅଭିଯୋଗ ପରେ ବି କୃଟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଚୁପ୍ ଥିବାରୁ ତେଜୁଛି ଅସନ୍ତୋଷ ।

ବିଶେଷ କରି ସହରର ଗୋଲ ବଜାର, ଲକ୍ଷ୍ମୀ ଟକିଜ ଛକ, କଚେରୀ ଛକ, ଅଇଁଠା ପାଲି ଛକ ରୁ ବୁର୍ଲା ହୀରାକୁଦ, ମାଆ ସମଲେଶ୍ଵରୀଙ୍କ ମନ୍ଦିରକୁ ସବୁବେଳେ ଯାତ୍ରୀ ଯାତାୟାତ କରୁଛନ୍ତି । କିନ୍ତୁ ସହରରେ ଗୋଟିଏ ମଧ୍ୟ ବସ ଷ୍ଟପ ନଥିବାରୁ ଅନେକ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ସହର ବାସୀ । ସବୁଠାରୁ ବଡ଼କଥା ହେଲା ବର୍ତ୍ତମାନ ସମ୍ବଲପୁର ସହରର ତାପମାତ୍ରା ୪୫ ଡିଗ୍ରୀ ରହୁଛି । ଏହି ସମୟରେ ବହୁ ମୁସ୍କିଲରେ ଗଛ ତଳେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ଯାତ୍ରୀ । ତେଣୁ ଖୁବଶୀଘ୍ର ରାଜ୍ୟ ସରକାର ଙ୍କ ସହ ଆଲୋଚନା କରି ଏହାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ସହରବାସୀ ।

Latest Posts

Don't Miss