ପୁରୀ କଣାସ ଗୋଲା ବଜାର ସ୍ଥିତ ମାଛ ମାର୍କେଟରେ ଯୁବକଙ୍କୁ ପନିକିରେ ହାଣି ବୁଲେଟ ଚଢ଼ାଇଦେବା ଘଟଣା । ୪ ଜଣଙ୍କୁ ଗିରଫ କଲା ପୋଲିସ । ଜଣେ ପୂର୍ବରୁ ଗିରଫ ହୋଇଥିବାବେଳେ ଆଜି ଥାନାରେ ଆତ୍ମସମର୍ପଣ କରିଛନ୍ତି ୩ ଅଭିଯୁକ୍ତ । ୭ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ହେଇଥିଲା । ୩ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ସତ୍ୟବାଦୀ ଥାନାକୁ ନେଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଧର୍ମପଦ ବଡ଼ଜେନା, ଚନ୍ଦ୍ରକାନ୍ତ ଜେନା, ଚିନ୍ମୟ ଗଜେନ୍ଦ୍ର ଓ ଅଜୟ ବଳିଆରସିଂହ । ତେବେ ଘଟଣାର ମାଷ୍ଟର ମାଇଣ୍ଡ ହାପିକୁ ଖୋଜୁଛି ପୋଲିସ । ହାପି ଫେରାର ଥିବାରୁ ଏକ ସ୍ବତନ୍ତ୍ର ଟିମ ଗଠନ କରି ଚଢ଼ାଉ କରୁଛି ପୋଲିସ । ଘଟଣାରେ ବ୍ୟବହୃତ ପନିକ ଓ ଦୁଇଟି ମୋବାଇଲ୍ ପୋଲିସ ଜବତ କରିଛି । ସେପଟେ କର୍ତ୍ତବ୍ୟରେ ଅବହେଳା ପାଇଁ ASI କୁମାର ବିଶ୍ବାଳ, ସଞ୍ଜୟ କୁମାର ପାଟ୍ଟଶାଣୀ ଓ ସନ୍ତୋଷ କୁମାର ଉଦୟ ସିଂହଙ୍କୁ ବଦଳି କରାଯାଇଛି । ଘଟଣାରେ ଅଧିକ ତଦନ୍ତ ପାଇଁ ସାଇବର ସେଲର ସହଯୋଗ ନିଆଯାଇଛି । ଫେରା ଅଭିଯୁକ୍ତ ଓ ବ୍ୟବହୃତ ବାଇକ୍ ଖୋଜୁଛି ପୋଲିସ ।

