ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ୍ ୨୦୨୬ର ପ୍ରଥମ କ୍ବାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦମଦାର ପ୍ରଦର୍ଶନ କରିଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରି ଦଳ ଗୁଜରାଟ ଟାଇଟନ୍ସକୁ ୯୨ ରନ୍ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ସିଧା ଫାଇନାଲରେ ପ୍ରବେଶ କରିଛି।
ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜରାଟ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ, ଅଧିନାୟକ ରଜତ ପାଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୫୪ ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ ।
ଜବାବରେ ୨୫୫ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶୁଭମନ ଗିଲ୍ଙ୍କ ଗୁଜରାଟ ଟିମ୍ ପ୍ରାରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବାଙ୍ଗାଲୁରୁର ଶୃଙ୍ଖଳିତ ବୋଲିଂ ଆଗରେ ଦଳୀୟ ସ୍କୋର ମାତ୍ର ୫୧ ରନ୍ ହୋଇଥିବା ବେଳେ ଆଗଧାଡ଼ିର ୫ ଜଣ ପ୍ରମୁଖ ଖେଳାଳି ପାଭିଲିୟନ ଫେରିଯାଇଥିଲେ ।
ଗୁଜରାଟ ପାଇଁ କେବଳ ରାହୁଲ ତେୱାଟିଆ ଏକାକୀ ଲଢ଼େଇ କରି ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ, ତାହା ଦଳକୁ ଜିତାଇବା ପାଇଁ ଯଥେଷ୍ଟ ନଥିଲା। ଶେଷରେ ଗୁଜରାଟ ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୬୨ ରନ୍ କରିବାକୁ ସକ୍ଷମ ହୋଇଥିଲା।

