ଭୁବନେଶ୍ବର : ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା । ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଧରିଲା କ୍ରାଇମବ୍ରାଞ୍ଚ । ସୌମ୍ୟ ହତ୍ୟା ମାମଲାରେ ଆଉ ଜଣେ ମୁଖ୍ୟ କାର୍ପଟଦାରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜଣଙ୍କ ହେଲା ଅଶୋକ ଜେନା ଓରଫ ଗେଡ଼ । ଅଶୋକର ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱରଗଡା । ବୟସ ୪୫ ବର୍ଷ । ପଟିଆ ସ୍ଥିତ ହୋଟେଲ ‘ ରିଗାଲ ଷ୍ଟେ’ ‘ ରେ ଲୁଚିଥିବା ବେଳେ କାବୁ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତରୁ ଜଣାପଡ଼ିଛି ଯେ, ସୋମ୍ୟଙ୍କୁ ନିର୍ମମ ଭାବେ ମାଡ଼ ମାରାଯାଉଥିବା ସମୟରେ ଅଭିଯୁକ୍ତଙ୍କୁ ଅନେକ ଥର ତାଗିଦ୍ କରାଯାଇଥିଲା । “ଏଭଳି ମାଡ଼ ମାରିଲେ ଫସିବ” ବୋଲି ସତର୍କ କରାଯାଇଥିଲେ ମଧ୍ୟ ସେ କାହାର କଥା ଶୁଣିନଥିଲା । ବରଂ ଗାଳିଗୁଲଜ କରି ଅଧିକ ଉତ୍ତ୍ୟକ୍ତ ହୋଇ ସୋମ୍ୟଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଚାଲିଥିଲା । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଘଟଣାରେ ଗିରଫ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ପୂର୍ବରୁ କମିଶନରେଟ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଅନ୍ୟ ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

