spot_img

Latest Posts

ପାଟନା ଫାୟରିଂ ମାମଲା: ଫସିଲେ ଖାନ ସାର୍, ଯେକୌଣସି ସମୟରେ ପୋଲିସ କରିପାରେ ପଚରାଉଚରା

ପାଟନା ଫାୟରିଂ ମାମଲା: ଫସିଲେ ଖାନ ସାର୍, ଯେକୌଣସି ସମୟରେ ପୋଲିସ କରିପାରେ ପଚରାଉଚରା

ନନ୍ଦଘୋଷ ବ୍ୟୁରୋ: ବିହାରର ପାଟନାରେ ଦୁଇଟଇ କୋଚିଂ ସେଣ୍ଟ ମଧ୍ୟରେ ଚାଲିଥିବା ଲଢେଇ ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଛି । ଏହି ବିବାଦୀୟ ଘଟଣାରେ ଖାନ୍ ସାରଙ୍କ ସମ୍ପୃକ୍ତି ଏହାକୁ ଅଧିକ ଚର୍ଚ୍ଚାରେ ରଖିଛି । ଏହି ମାମଲାରେ ଏବେ ଖାନ୍ ସାର୍ ଫସିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ଆର୍ମ୍ସ ଆକ୍ଟରେ ଖାନ୍ ସାରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଦିଆଯାଇଛି । ପାଟନାର କଦମକୁଆଁ ଥାନା ପୋଲିସ ଖାନ୍ ସାରଙ୍କ ବୟାନ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଦୁଇଦିନ ପୂର୍ବ ଅର୍ଥାତ ମଙ୍ଗଲବାର ତାଙ୍କ କୋଚିଂ ସେଶ୍ଟର ଖାନ୍ ଗ୍ଲୋବାଲ ଷ୍ଟଡିଜରେ ଭଙ୍ଗାରୁଜୁ, ପଥର ମାଡ଼ ଓ ଫାୟରିଂ ଘଟଣା ପରେ ଏହି ମାମଲା ରୁଜୁ ହୋଇଛି । ଖାନ୍ ସାରଙ୍କ ସୁରକ୍ଷା କର୍ମୀ ଗୁଳି ଚଲାଇବା ନେଇ ଅଭିଯୋଗ ହୋଇଛି । ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି । ଏହି ଟିମ୍ ଯେକୌଣସି ସମୟରେ ଖାନ୍ ସାରଙ୍କୁ ପଚରାଉଚରା କରିପାରେ  ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଖାନ୍ ଗ୍ଲୋବାଲ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ସୁରକ୍ଷା କର୍ମୀଙ୍କୁ ମାରପିଟ କରିଥିଲେ । ସେତିକି ନୁହେଁ ଭଙ୍ଗାରୁଜା କରିବା ସହ ପଥର ମାଡ଼ କରିଥିଲେ । ଖାନ୍ ସାର ଦାବି କରିଥିଲେ ତାଙ୍କ ଆଗରେ ନିକଟରେ ଥିବା କୋଚିଂ ସେଣ୍ଟରର ଲୋକେ ଫାୟରିଂ କରିଥିଲି । ପରେ ଖାନ୍ ସାର ତାଙ୍କ ବୟାନ ବଦଳାଇ ଦେଇଥିଲେ । ତେବେ ପୂରା ମାମଲା ନୂଆ ମୋଡ ସେତେବେଳେ ନେଇଥିଲା, ଯେବେ ଜଣାପଡିଲା ଖାନ୍ ସାରଙ୍କ କୋଚିଂ ସେଣ୍ଟର ସୁରକ୍ଷା କର୍ମୀ ହିଁ ଫାୟରିଂ କରିଥିଲେ ।

ଫାୟରିଂ ଭିଡିଓ ଭାଇରାଲ ପରେ ଗିରଫଦାରୀ

ଫାୟରିଂ ଭିଡିଓ ଭାଇରାଲ ହେବା ପରେ ପୋଲିସ ଖାନ୍ ସାରଙ୍କ କୋଚିଂ ସେଣ୍ଟରର ଦୁଇ ସୁରକ୍ଷାକର୍ମୀଙ୍କୁ ଗିରଫ କରିଥିଲା । ଏହାସହ ଉଭୟଙ୍କ ବନ୍ଧୁକ ବି ଜବତ କରାଯାଇଛି । ପଚରାଉଚରା ବେଳେ ମାଡ଼ପିଟ, ଭଙ୍ଗାରୁଜା ଓ ପଥର ମାଡ଼ରୁ ରକ୍ଷା ପାଇବା ପାଇଁ ଉଭୟ ଫାଙ୍କା ଗୁଳି ଚାଳନା କରିଥିବା ପଚରାଉଚରା ବେଳେ ସ୍ବୀକାର କରିଛନ୍ତି ।

ଏହାସହ ଫାୟରିଂ କରି ଭୟ ସୃଷ୍ଟି କରିବା ଅଭିଯୋଗରେ କଦମକୁଆଁ ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇଛି । ଏହାସହ ଖାନ୍ ସାରଙ୍କୁ ମଧ୍ୟ ପୋଲିସ ଥରେ ପଚରାଉଚରା କରିସାରିଛି । ଏମିତି ସ୍ଥିତିରେ ଏହି ମାମଲାରେ ଖାନ୍ ସାରଙ୍କ ସମସ୍ୟା ବଢ଼ିବା ପରି ମନେ ହେଉଛି । ଜ୍ଞାନ ବିନ୍ଦୁ କୋଚିଂ ସେଣ୍ଟରରେ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଜେଲ ପଠାଇ ଦିଆଯାଇଛି । ଆଉ ଏବେ ଖାନ୍ ସାର ପୋଲିସ ରାଡରରେ ରହିଛନ୍ତି ।

ଖାନ୍ ସାରଙ୍କ ଉପରେ ଷଡଯନ୍ତ୍ର ଆରୋପ

ଘଟଣା ଘଟିବାର ପରେ ପରେ ଖାନ ଖାର ଅଭିଯୋଗ କରିଥିଲେ ପ୍ରତିଦ୍ବନ୍ଦ୍ବୀ କୋଚିଂ ସେଣ୍ଟରର ଲୋକେ ଫାୟରିଂ କରିଥିଲେ । ପରେ ସେ ତାଙ୍କ ମନ୍ତବ୍ୟ ବଦଳାଇବା ସହ କହିଥିଲେ, ପ୍ରକୃତରେ ଫୟରିଂ ହୋଇଛି କି ନାହିଁ ତାହାର ସତ୍ୟାସତ୍ୟ କେବଳ ପୋଲିସ ତଦନ୍ତରୁ ଜଣାପଡ଼ିବ ।  ଗୁରୁବାର ପ୍ରତିଦ୍ବନ୍ଦ୍ବୀ କେରଚି ସେଣ୍ଟର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଅଭିଯୋଗ କରାଯାଇଛି କି ଖାନ୍ ସାର ଏହି ପୂରା ଘଟଣାର ଷଡଯନ୍ତ୍ର କରିଛନ୍ତି ।

Latest Posts

Don't Miss