spot_img

Latest Posts

ଟ୍ରମ୍ପଙ୍କୁ ମଧ୍ୟ ବେଖାତିର ! ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କ ଆହ୍ଵାନକୁ ଅଣଦେଖା

ନନ୍ଦିଘୋଷ ବ୍ୟୁରୋ:ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଟ୍ରମ୍ପଙ୍କୁ ମଧ୍ୟ ବେଖାତିର । ତାଙ୍କ କଥା ଶୁଣୁ ନାହାନ୍ତି ନେତାନ୍ୟାହୁ। ଉଭୟ ଇରାନ ଓ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଥିଲେ ଟ୍ରମ୍ପ । ପରସ୍ପର ଉପରେ ଆକ୍ରମଣ ନକରିବାକୁ ସେ କହିଥିଲେ। ନହେଲେ ଶାନ୍ତି ପ୍ରକ୍ରିୟା ପୁରା ଭୁଶୁ଼ଡି ପଡିବ ବୋଲି କହିଥିଲେ। ଯାହା ଜଣାପଡୁଛି ଆଉ ଯୁଦ୍ଧ କରିବା ମୁଡରେ ନାହାନ୍ତି ଟ୍ରମ୍ପ। କେମିତି ହେଉ ପଛେ ଯୁଦ୍ଧ ଶେଷ କରିବାକୁ ସେ ଚାହୁଁଛନ୍ତି। କିନ୍ତୁ ତାଙ୍କ କଥାକୁ ଶୁଣୁଛି କିଏ । ଟ୍ରମ୍ପଙ୍କ ମନାକୁ ନମାନି ଲେବାନନ ରାଜଧାନୀ ବେରୁତ ଉପରେ ଆକ୍ରମଣ କରିଛନ୍ତି ନେତାନ୍ୟାହୁ। ହେଜବୁଲ୍ଲାକୁ ନିପାଦ କରିବାକୁ ଦକ୍ଷିଣ ବେରୁତ ଉପରେ ମିସାଇଲ ବର୍ଷା କରିଛି ତାଙ୍କର ସେନା । ଜବାବରେ ଇସ୍ରାଏଲ ଉପରେ କାଉଣ୍ଟର ଆଟାକ କରିଛି ଇରାନ ବହୁତ ରକେଟ ଓ ମିସାଇଲ ମାଡ଼ କରିଛି ।

ଫଳରେ ଉତ୍ତେଜନା ବୃଦ୍ଧି ପାଇଛି। ସେପଟେ ଲୋହିତ ସାଗର ଅବରୋଧ କରିବାକୁ ଧମକ ଦେଇଛି ହାଉତି । ଏପରି ହେଲେ ଆହୁରି ସଂକଟଜନକ ସ୍ଥିତି ସୃଷ୍ଟି ହେବ । ଟ୍ରମ୍ପ କହିଥିଲେ, ଇସ୍ରାଏଲକୁ ଶାନ୍ତିର ବାଟ ଧରିବାକୁ ପଡ଼ିବ। କିନ୍ତୁ ତାଙ୍କ କଥାକୁ ଅଣଦେଖା କରି ଯୁଦ୍ଧ ଜାରି ରଖିଛନ୍ତି ନେତାନ୍ୟାହୁ। ସେପଟେ ୟେମେନର ମିସାଇଲ ସାଉଦି ଆରବ ଉପରେ ପଡ଼ିଛି । ଏପରିକି ଇସ୍ରାଏଲର ମିସାଇଲ ପଡ଼ିଛି ସିରିୟାରେ। ଅର୍ଥାତ ପୁରା ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ଭିତରକୁ ଠେଲି ହୋଇ ଯାଇଛି ।

Latest Posts

Don't Miss