spot_img

Latest Posts

ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ : ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ଧାମ ଶବ୍ଦ

ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ଧାମ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ। ଜଗନ୍ନାଥ ମନ୍ଦିରରୁ ହଟିଲା ଧାମ ଶବ୍ଦ। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟିବା ନେଇ ଗତକାଲି ବଡ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଧାମ ଶବ୍ଦ ହଟାଯାଇ ଲାଗିଲା ଜଗନ୍ନାଥ ମନ୍ଦିର ସୂଚନା ଫଳକ। ଆଜି ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ତଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ଯ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଏହି ଧାମ ଶବ୍ଦ ହଟାଯାଇଛି। ଦୀଘାର ଜଗନ୍ନାଥ ମନ୍ଦିରକୁ ଆଉ ଧାମ ଆଖ୍ୟା ଦିଆଯିବ ନାହିଁ। ଶ୍ରୀକ୍ଷେତ୍ର ପୁରୀ ହିଁ ଏକମାତ୍ର ପବିତ୍ର ଜଗନ୍ନାଥ ଧାମ ଏବଂ ଏହାର ସର୍ବୋଚ୍ଚ ସ୍ଥାନକୁ କ୍ଷୁଣ୍ଣ କରାଯିବ ନାହିଁ। ଧାମ ଶବ୍ଦ ହଟାଇବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୀଘା ଜଗନ୍ନାଥ ମନ୍ଦିର ୨୦ ଏକର ଜମିରେ ଓ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ୨୦୧୯ ମସିହାରୁ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୨୦୨୫ ଏପ୍ରିଲ ୩୦ ତାରିଖରେ ଏହା ଉଦଘାଟିତ ହୋଇଥିଲା।

Latest Posts

Don't Miss