ନନ୍ଦିଘୋଷ ବ୍ୟୁରୋ : ଆଜି ଓ ଆସନ୍ତାକାଲି ହେବ ରତ୍ନଭଣ୍ଡାର ଗଣତିମଣତି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଚାଲିବ ପ୍ରକ୍ରିୟା। ଆଜି ଓ ଆସନ୍ତାକାଲି ଭିତର କାଠ ଦର୍ଶନ ବନ୍ଦ ରଖାଯାଇଥିବା ବେଳେ ଶ୍ରଦ୍ଧାଳୁ ମାନେ ବାହାର କାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ପୂର୍ବରୁ ଶ୍ରୀମନ୍ଦିରରେ ପ୍ରଥମେ ଚଳନ୍ତି ଓ ପରେ ବାହାର ଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି ଶେଷ ପରେ ଭିତର ରତ୍ନ ଭଣ୍ଡାରର ଗଣତି କାର୍ଯ୍ୟ କରାଯାଇଥିଲା।
ସ୍ନାନ ଯାତ୍ରା ଓ ରଥଯାତ୍ରା ବେଳେ ଭିତର ରତ୍ନ ଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ବନ୍ଦ ରହିଥିବା ବେଳେ, ମହାପ୍ରଭୁଙ୍କ ୯ ଗୋଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି କାର୍ଯ୍ୟକୁ ରଥଯାତ୍ରା ସମୟରେ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ଓ ମାପ ପରେ ଥ୍ରୀଡି ଗ୍ରାଫି ଓ ଭିଡିଓଗ୍ରାଫି ସହ ରତ୍ନ ବିଶାରଦଙ୍କ ଦ୍ୱାରା ମୂଲ୍ୟବାନ ରତ୍ନ ଗୁଡିକର ଚିହ୍ନଟ କରାଯାଉଛି।

