ନନ୍ଦିଘୋଷ ବ୍ୟୁରୋ : ଗୋଆ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ବରିଷ୍ଠ ସାମ୍ବାଦିକ ତଥା ତେହେଲକା ମାଗାଜିନର ପୂର୍ବତନ ସଂପାଦକ ତରୁଣ ତେଜପାଲ। ଅନ୍ୟପଟେ ସୁପ୍ରିମକୋର୍ଟ ଯିବାକୁ ସୂଚନା ଦେଇଛନ୍ତି ତେଜପାଲ। ୨୦୧୩ ଦୁଷ୍କର୍ମ ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେ ଗୋଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦୁଇସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ତେଜପାଲଙ୍କୁ ଗତ ଅଗଷ୍ଟ ୨୫ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଆତ୍ମସମର୍ପଣ ପରେ ତାଙ୍କୁ ଗୋଆର କୋଲଭାଲେ ଜେଲକୁ ପଠାଇ ଦିଆଯାଇଛି। ଯୌନନିର୍ଯାତନା ମାମଲାରେ ବମ୍ଵେ ହାଇକୋର୍ଟ ଗତ ଅଗଷ୍ଟ ୬ ତାରିଖରେ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ। ୨୦୧୩ ନଭେମ୍ଵର ୭ ତାରିଖରେ ନିଜର ଜଣେ ଜୁନିଅର ସହଯୋଗୀଙ୍କୁ ତରୁଣ ତେଜପାଲ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ସେହିବର୍ଷ ନଭେମ୍ବର ୩୦ରେ ତେଜପାଲଙ୍କୁ ଗିରଫ କରାଯାଇଥିଲା। ୨୦୨୧ରେ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ଚଳିତବର୍ଷ ଅଗଷ୍ଟରେ ବମ୍ଵେ ହାଇକୋର୍ଟର ଗୋଆ ଖଣ୍ଡପୀଠ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। …

