spot_img

Latest Posts

ଆଜି ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥିରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କ ନିକଟରେ ବିମ୍ବାସୁର ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ :ଆଜି ଭାଦ୍ରବ ଶୁକ୍ଳ ଷଷ୍ଠୀ  ତିଥିରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କ ନିକଟରେ ବିମ୍ବାସୁର ବଧ ପ୍ରସ୍ତାବ ନୀତି  ଅନୁଷ୍ଠିତ ହୋଇଥାଏ । ମାର୍କଣ୍ଡେଶ୍ବର ସାହି ପକ୍ଷରୁ ଏହି ବିମ୍ବାସୁର ବଧପ୍ରସ୍ତାବ ନୀତି କରିଥାନ୍ତି ।ଆଜି ଷଷ୍ଠୀ ତିଥିରେ ଶ୍ରୀମନ୍ଦିର ରେ ସନ୍ଧ୍ୟାଧୂପ ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ କରି ଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ପ୍ରାପ୍ତି କରି ନାଟ ମଣ୍ଡପ ସ୍ଥିତ ଖଟ ଉପରକୁ ବିଜେ କରିବା ପାରେ ପ୍ରଭୁଙ୍କର ଛାମୁରେ ମାର୍କଣ୍ଡେସ୍ୱର ସାହି ଲୋକ ବିମ୍ବାସୁର ବଧପ୍ରସ୍ତାବ ନୀତି କରିବେ।  ଦ୍ୱାପର ଯୁଗର କଥା ବିମ୍ବାସୁର ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ। କିନ୍ତୁ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ତାକୁ ହତ୍ୟା କରିଥିଲେ । ସେହି ସ୍ମୃତି ରେ ମାର୍କଣ୍ଡେସ୍ୱର ସାହିରୁ ବିମ୍ବାସୁର ବଧ ଲୀଳା କରିବା ପାଇଁ  ଜଣେ ବେଶ ହୋଇ ସ୍ୱତନ୍ତ୍ର ଭାବରେ ଉପସ୍ତିତ ହେବା ସହ  ନୀତି ଅନୁଷ୍ଠିତ ହୋଇଥାଏ।ପରେ ସେହି ସମୟ ରେ ନାଟମଣ୍ଡପ ରେ ପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନା ନୀତି ବଢେ। ଏହା ପରେ ଦକ୍ଷିଣୀ ଘରକୁ ପ୍ରଭୁ ପ୍ରତ୍ୟାବର୍ତନ କରିବାର ଵିଧି ରହିଅଛି।ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ମଧ୍ୟରେ  ଆଜି ଏହି ଦିବ୍ୟ ଲୀଳା ଅନୁଷ୍ଠିତ ହେବ।

Latest Posts

Don't Miss