spot_img

Latest Posts

କରୋନା ପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ୭୪୦୦୦ ବୋନସ ଦେଉଛି ଏହି କମ୍ପାନୀ…

କରୋନା ଜୀବାଣୁ ସଙ୍କଟ ମଧ୍ୟରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଫେସବୁକ କହିଛି ଯେ ସେ ନିଜର ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରି ସାହାଯ୍ୟ କରିଥିବାରୁ ୭୪୦୦୦ ଟଙ୍କା ବୋନସ ଦେବ। ରିପୋର୍ଟ ଅନୁସାରେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଏହି ବିଷୟରେ ଘୋଷଣା କରିଛନ୍ତି। ଫେସବୁକରେ ପ୍ରାୟତଃ ୪୫୦୦୦ ଫୁଲ୍ ଟାଇମ୍ କର୍ମଚାରୀ ଅଛନ୍ତି। କିନ୍ତୁ ଏହା ବ୍ୟତୀତ ଅନେକ ଲୋକେ କଣ୍ଟ୍ରାକଚୁଆଲ ବେସିସ୍ ରେ ମଧ୍ୟ କାମ କରନ୍ତି । ତେବେ ସେମାନେ ଏହି ବୋନସ ପାଇବେ କି ନାହିଁ ତାହା ଜଣା ନାହିଁ । ହେଲେ ସମସ୍ତ ଫୁଲ୍ ଟାଇମ୍ କର୍ମଚାରୀଙ୍କୁ କମ୍ପାନୀ ଏହି ବୋନସ୍ ଦେବ ।

କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ବ୍ୟବସାୟଙ୍କୁ ଫେସବୁକ ୭୩୯ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି। କରୋନା ଜୀବାଣୁ ଯୋଗୁଁ ଫେସବୁକ ପ୍ରଭାବିତ ହୋଇଛି। କମ୍ପାନୀ ସେୟାରରେ ୨୮ ପ୍ରତିଶତ ହ୍ରାସ ଘଟିଛି। ମାର୍ଚ୍ଚ ଆରମ୍ଭରୁ ଫେସବୁକ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିବା ଆରମ୍ଭ କରିଥିଲା। ନିକଟରେ ଫେସବୁକ୍ ମେଡିକାଲ୍ ଫେସ୍ ମାସ୍କ  ବିଜ୍ଞାପନ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା। ତେବେ ଫେସବୁକ୍ ର ଏହି ନିଷ୍ପତ୍ତି ପରେ କମ୍ପାନୀର କର୍ମଚାରୀ ବେଶ ଖୁସି ହୋଇଛନ୍ତି ।

Latest Posts

Don't Miss