ନନ୍ଦିଘୋଷ ବ୍ୟୁରୋ : ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ । ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ପ୍ରତିବାଦରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଦ୍ରୋହ କରୁଛି ସଙ୍ଗଠନ । ରାଜ୍ୟରେ ଯାତାୟାତ ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ସଙ୍ଗଠନ ନିବେଦନ କରିଛି । ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ ଏବଂ ମେଡିକାଲ ଏହି ବନ୍ଦରୁ ମୁକ୍ତ ରହିବ । ନବ ନିର୍ମାଣ କୃଷକ ସଙ୍ଗଠନ ପାଠ୍ୟପୁସ୍ତକ ତ୍ରୁଟି ବିବାଦକୁ ନେଇ ଲୋୟର ପିଏମଜିରେ ୪୦ ଦିନ ହେଲା ଅନଶନ କରିଆଶୁଛି । ପାଠ୍ୟପୁସ୍ତକ ତ୍ରୁଟି ସୁଧାରି ଠିକ ବହି ଏଯାଏଁ ପିଲାଙ୍କୁ ମିଳିଲା ନାହିଁ । ଷାଣ୍ମାସିକ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଆଜି ଓଡ଼ିଶା ବନ୍ଦ ଡ଼ାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ପାଠ୍ୟପୁସ୍ତକ ତ୍ରୁଟି ବିବାଦର ଆଜି ପର୍ଯ୍ୟନ୍ତ ହେଲାନି ସମାଧାନ…ପିଲାଙ୍କୁ ମିଳିଲାନି ତୃଟି ସଂଶୋଧନ ବହି…ପ୍ରତିବାଦରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ… ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି… ୪୦ ଦିନ ହେଲା ଅନଶନରେ ଥିଲା ସଂଗଠନ…

