spot_img

Latest Posts

ଭଦ୍ରକ ବାସୁଦେବପୁର ବ୍ଲକରେ ପଞ୍ଚମ ବନ୍ୟାର ତାଣ୍ଡବ

ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ବାସୁଦେବପୁର ବ୍ଲକରେ ପଞ୍ଚମ ବନ୍ୟାର ତାଣ୍ଡବ । ତଳିଆ ଅଞ୍ଚଳରେ ଘରେ ପଶିଛି ବନ୍ୟା ପାଣି ।  ଚାଷ ଜମିରେ ଲହଡି ମାରୁଛି ପାଣି।  ବାସୁଦେବପୁର ବ୍ଲକର  ବରଣ୍ଡୁଆ ପଞ୍ଚାୟତର ରତାଙ୍ଗ,  ବରଣ୍ଡୁଆ ଓ ଅଢୁଆଁ ପଞ୍ଚାୟତର ଗାଁ ପ୍ରଭାବିତ । ସୁଦର୍ଶନପୁର ପଞ୍ଚାୟତର  ସୁଆଁ , ସୁଦର୍ଶନପୁର, ମିରିଗା ଗାଁ ପାଣି ଘେରରେ ରହିଛି ।  ଅଗ୍ନିଶମ ବିଭାଗ ପକ୍ଷରୁ ବୋଟରେ କୋଡିଏରୁ ଉର୍ଦ୍ଧ୍ବ ପରିବାରଙ୍କୁ ଉଦ୍ଧାର କରି ଅଢୁଆଁ ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି  । ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ବାସୁଦେବପୁର  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ସ୍ବାସ୍ଥ୍ୟବିଭାଗର ଟିମ୍ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରି  ଔଷଧ ବଣ୍ଟନ କରିଥିଲେ… ।ଗଡୁଛି ଉପର ମୁଣ୍ଡର ବନ୍ୟା ପାଣି  । ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି । ଚୁଲି ଉପରେ ଲହରୀ ଭାଙ୍ଗୁଛି ବନ୍ୟା ପାଣି । ସୁ ସୁ ହୋଇ ମାଡି ଆସୁଛି ବନ୍ୟା ପାଣି । ଅଢୁଆଁ ପଞ୍ଚାୟତର କୋଡିଏରୁ ଉର୍ଦ୍ଧ୍ବ ପରିବାରକୁ ଉଦ୍ଧାର କରି ଅଢୁଆଁ ବାତ୍ୟା ଆଶ୍ରୟସ୍ଥଳୀର ଥଇଥାନ କରାଯାଇଛି ।

Latest Posts

Don't Miss