spot_img

Latest Posts

ଉଠା ଦୋକାନୀଙ୍କୁ ମିଳିବ ୩ ହଜାର ଟଙ୍କା, ୧୦ ଲକ୍ଷ ଗରିବ ନିରାଶ୍ରୟ ପାଇବେ ରନ୍ଧାଖାଦ୍ୟ

ଭୁବନେଶ୍ୱର: ଦିନ ଯେତିକି ଗଡୁଛି, ପରିସ୍ଥିତି ସେତିକି ଜଟିଳ ହେଉଛି । ସଂକ୍ରମଣ ରୋକିବାକୁ ସରକାର ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି । ହେଲେ ଏହାଦ୍ଵାର ବିଭିନ୍ନ ବର୍ଗର ଲୋକେ ହନ୍ତସନ୍ତ ହେଉଛନ୍ତି । ଏସବୁକୁ ଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ମୁକାବିଲାମୂଳକ ରଣନୀତି ଆପଣେଇଛନ୍ତି । ଗାଁର ଗରିବଗୁରୁବାଙ୍କ ଠାରୁ ଆରମ୍ଭ କରି ବାହାରେ ଫସି ରହିଥିବା ଓଡ଼ିଆଙ୍କ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ନବୀନ । ଏପରିକି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢାଇବାକୁ ସେମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆଜି ଘୋଷଣା କରିଛନ୍ତି ।

ଘରେ ପହଞ୍ଚିବ ରାସନ୍‌, ଆକାଉଣ୍ଟକୁ ଆସିବ ଭତ୍ତା। ଲକ୍‌ଡାଉନ୍‌ରେ ଅଟକି ରହିଥିବା ଅଭାବିଙ୍କୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ଗତକାଲି କରିଥିଲେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଆଉ ଆଜି ଗରିବଙ୍କ ପାଇଁ ଆଉ ଏକ ଘୋଷଣା କରିଛନ୍ତି। ଏଣିକି ଗ୍ରାମାଞ୍ଚଳରେ ମିଳିବ ରନ୍ଧାଖାଦ୍ୟ। ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ପରିବାର ପାଇଁ ପ୍ରତିଦିନ ରନ୍ଧାଖାଦ୍ୟ ଦିଆଯିବ। ଏସ୍‌ଏଚ୍‌ଜି ଗ୍ରୁପ୍‌ ଏହି ରନ୍ଧାଖାଦ୍ୟ ବଣ୍ଟନ ଦାୟିତ୍ୱରେ ରହିବେ। ଲୋକ ଚାହିଁଲେ ନିଜ ଘରକୁ ମଧ୍ୟ ଖାଦ୍ୟ ନେଇପାରିବେ । ସେହିପରି ସହରାଞ୍ଚଳର ପଞ୍ଜୀକୃତ ଉଠା ଦୋକାନୀଙ୍କ ପାଇଁ ୩ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ଵାରା ରାଜ୍ୟର ୬୫ ହଜାର ଉଠାଦୋକାନୀ ଉପକୃତ ହେବେ।

ସେପଟେ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ କରିବାକୁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରବାସୀ ଓଡ଼ିଆ ସଂଗଠନଗୁଡ଼ିକୁ ଆଗେଇ ଆସିବାକୁ ନିବେଦନ କରିଛନ୍ତି। ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯିବ । କରୋନା ଲକ୍‌ଡାଉନ୍‌ ଯୋଗୁଁ ବାହାର ରାଜ୍ୟରେ ଅସୁବିଧାରେ ଥିବା ଓଡ଼ିଆମାନଙ୍କୁ ନିଜର ଭାବି ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ପୂର୍ବରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ଖାଇବା, ପିଇବା ଓ ରହିବା ବ୍ୟବସ୍ଥା କରିବାକୁ ନବୀନ ଚିଠି ଲେଖି ଅନୁରୋଧ କରିଥିଲେ।

https://www.facebook.com/nandighoshatv/videos/614505362478276/

ସ୍ୱାସ୍ଥ୍ୟସେବାରେ ନିୟୋଜିତ ଡାକ୍ତର ଓ କର୍ମୀଙ୍କ ମନୋବଳ ବଢାଇବାକୁ ନବୀନ ଉଦ୍ୟମ ଜାରି ରଖିଛନ୍ତି।  ଆହୁରି ତ୍ୱରାନ୍ୱିତ କରାଯିବ ଡିଏସିପି ଯୋଜନା । ପଦୋନ୍ନତି ନିୟମକୁ କୋହଳ କରି ପଦୋନ୍ନତି ଦେବାକୁ ଘୋଷଣା କରିଛନ୍ତି। ଏପ୍ରିଲ ୩୦ ସୁଦ୍ଧା ସରିବ ପଦୋନ୍ନତି ପ୍ରକ୍ରିୟା। ସମସ୍ତଙ୍କ ହାତ ବାନ୍ଧି ଦେଇଛି ଲକ୍‌ଡାଉନ୍‌। ଆଉ ଏ ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଖଟିଖିଆ ଶ୍ରେଣୀର ଲୋକେ। ସେମାନେ ଯେମିତି ଭୋକିଲା ନରହିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଖୋଲିଛନ୍ତି ଭଣ୍ଡାର ଘର।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ସହାୟକ ଗୋଷ୍ଠୀ ଜରିଆରେ ଏହା କରାଯିବ, ଏହି ରନ୍ଧା ଖାଦ୍ୟକୁ ଲୋକେ ଘରକୁ ନେଇ ଖାଇପାରିବେ । ଏହାଦ୍ୱାରା ୧୦ ଲକ୍ଷ ଗରିବ ଓ ନିରାଶ୍ରୟ ଲୋକେ ଉପକୃତ ହୋଇପାରିବେ ।

Latest Posts

Don't Miss