spot_img

Latest Posts

ପାକିସ୍ତାନୀଙ୍କୁ ଏମିତି ଜବାବ ଦେଲେ ଅବସରପ୍ରାପ୍ତ ସେନା ଅଧିକାରୀ ସଇଦ୍ ଆତା ହୁସେନ୍

ନୂଆଦିଲ୍ଲୀ: ଶାନ୍ତି ଚାହାଁନ୍ତିନି ପାକିସ୍ତାନୀ । ସବୁ ବେଳେ ସବୁ ସ୍ଥାନରେ ଭାରତକୁ ଛୋଟ ଦେଖାଇବାକୁ ପ୍ରୟାସ କରୁଥିବା ପାକିସ୍ତାନୀଙ୍କୁ ସୋସିଆଲ ମିଡ଼ିଆରେ କଡ଼ା ଜବାବ ଦେଇଛନ୍ତି ସେନାରୁ ଅବସର ନେଇଥିବା ଜଣେ ଲେଫ୍ଚନାଣ୍ଟ ଜେନେରାଲ । ସୀମାରେ ସବୁ ବେଳେ ବିଶୃଙ୍ଖଳା ଜାରି ରଖିଥିବା ପାକିସ୍ତାନ ଏବେ ସୋସିଆଲ ମିଡ଼ିଆରେ ବି ଜାରି ରଖିଛି ତାର କୁଟନୀତି । ତେଣୁ ସୋସିଆଲ ମିଡ଼ିଆରେ ଜଣେ ପାକିସ୍ତାନୀର କଥାର ଏମିତି ଉତ୍ତର ଦେଇଛନ୍ତି ଅବସରପ୍ରାପ୍ତ ଲେପ୍ଟିନେଟ ଜେନେରାଲ ସଇଦ୍ ଅତା ହୁସେନ । କହି ରଖୁଛୁ ଯେ,ସଇଦ୍ ଅତା ହୁସେନ ଟ୍ୱିଟରରେ ବହୁତ ସକ୍ରିୟ ରୁହନ୍ତି ଏବଂ ଦେଶ ବିରୋଧି ବାର୍ତ୍ତା ଉପରେ ସେ ସବୁ ବେଳେ କଡ଼ା ଜବାବ୍ ଦିଅନ୍ତି  ।

ପାକିସ୍ତାନକୁ ଏମିତି ଜବାବ ଦେଲେ ସେନା ଅଧିକାରୀ

ଟ୍ୱିଟରରେ ଜଣେ ପାକିସ୍ତାନୀ  ବଲୁଚି  ଫରିଦ ବଲୌଚ, ସୈଦ ଅତା ହସନୈନଙ୍କୁ ଟାଗ୍ କରି କହିଥିଲେ ଯେ, ଜେନେରାଲ ସାହେବ ଆପଣ ମୁସଲମାନ, ଆପଣ ଏହି ସତ୍ୟତା ଜାଣି ନିଅନ୍ତୁ ଯେ, ଭାରତ ଆପଣଙ୍କୁ ରହିବାକୁ ଦେବ ନାହିଁ । ଏବଂ ଏହାର ଉତ୍ତରରେ ସଇଦ୍ ଅତା ହୁସେନ କହିଲେ , ତୁମେ ବଲୋଚ, ଆମ ସହ ମିଶିଯାଅ ଜୀବନ ଭଲରେ ବିତେଇବ ।

ସଇଦ୍ ଅତା ହୁସେନଙ୍କ ଏହି ଉତ୍ତରକୁ ନେଇ  ସୋସିଆଲ ମିଡ଼ିଆରେ  ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଲୋକମାନେ ଲଗାତାର ତାଙ୍କର ସେହି ଟ୍ୱିଟକୁ ନେଇ ପ୍ରଂସଶା କରୁଛନ୍ତି । ଏବଂ କହିଛନ୍ତି ଯେ, ହିନ୍ଦୁ ମୁସଲମାନ କରୁଥିବା ଲୋକମାନଙ୍କୁ ସଇଦ୍ ଅତା ହୁସେନ ସାହେବ ଭଲ ଜବାବ ଦେଇଛନ୍ତି । ଏବଂ ତାଙ୍କର ଏହି ଟ୍ୱିଟକୁ ୧୦ ହଜାରରୁ ଅଧକ ଲୋକ ଲାଇକ କରି ସାରିଲେଣି ।

ତେବେ ତାଙ୍କର ଏମିତି ଜବାବ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ପାକିସ୍ତାନୀଙ୍କୁ ଜବାବ୍ ଦେବା ତାଙ୍କର ଏହା ପ୍ରଥମ ନୁହେଁ । କାରଣ ଏହାପୂର୍ବରୁ ଜଣେ ପାକିସ୍ତାନୀ ଲେଖିଥିଲେ, ‘ମୁଁ ଗୋଟିଏ ଆର୍ଟିକିଲରେ ପଢିଥିଲି ଯେ, ତୁମେ ମୁସଲମାନ ହୋଇଥିବାରୁ ସୋସିଆଲ ମିଡିଆରେ କିପରି ଟ୍ରୋଲ ହୋଇଛ । ଏହା ସତ୍ତ୍ୱେ ଆପଣ ସେ ଦେଶ ସେବା କରୁଛନ୍ତି । ଏହା ଜାଣି ବହୁତ ଦୁଃଖ ଲାଗୁଛି । ଏହାର ଜବାବରେ ଅବସରପ୍ରାପ୍ତ ଜେନେରାଲ ଲେଖିଛନ୍ତି, ‘ତୁମେ ମୋ ପାଇଁ ଦୁଃଖିତ ହେବାର ଆବଶ୍ୟକତା ନାହିଁ । କାରଣ ମୋର ୯୯ପ୍ରତିଶତ ବନ୍ଧୁ ହିନ୍ଦୁ, ଶିଖ ଏବଂ ଖ୍ରୀଷ୍ଟିଆନ ଅଟନ୍ତି । ଏହା ସତ୍ତ୍ୱେ ବି ମୁଁ ଜଣେ ମୁସଲମାନ, କାରଣ ମୋ ଦେଶ ମୋତେ ମୁସଲମାନ ଭାବେ ରହିବାକୁ ଅନୁମତି ଦେଇଛି ।

କାଟଜୁଙ୍କୁ ମଧ୍ୟ ଏମିତି ଉତ୍ତର ଦେଇଥିଲେ

ଥରେ ସେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ମାର୍କାଣ୍ଡେ କାଟଜୁଙ୍କୁ ମଧ୍ୟ ଏକ ଉପଯୁକ୍ତ ଉତ୍ତର ଦେଇଥିଲେ । କାଟଜୁ ସୋସିଆଲ ମିଡିଆରେ ଲେଖିଥିଲେ ଯେ ସାମରିକ ଶକ୍ତି ଅର୍ଥିକ ଶକ୍ତିରୁ ଆସିଥାଏ । ଭାରତରେ  ବୃହତ ଶିଳ୍ପାୟନ ନହେବା ପର୍ଯ୍ୟନ୍ତ ଭାରତୀୟ ସେନା ଏକ ନକଲି ସେନା ହୋଇ ରହିବ, ଯିଏ କେବଳ ପାକିସ୍ତାନ ପରି ଦୁର୍ବଳ ସେନା ବିରୁଦ୍ଧରେ ଲଢିପାରିବ। ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ୍ ଜେନେରାଲସଇଦ୍ ଅତା ହୁସେନ ଟ୍ୱିଟ୍ କରି କହିଥିଲେ ଯେ,ଭାରତୀୟ ସେନା ବିଷୟରେ ଆପଣ ଶବ୍ଦକୁ ସଠିକ୍ ଭାବରେ ବାଛନ୍ତିନି, ସେ ଆହୁରି ମଧ୍ୟ ଲେଖିଲେ, ଯେ ଭାରତୀୟ ସେନା ହେଉଛି ଏକମାତ୍ର ସଂଗଠନ ଯିଏ ଫଳାଫଳ ଦିଏ । ତେଣୁ ଏମିତି ଲେଖିବା ଯୁକ୍ତିଯୁକ୍ତ ନୁହେଁ ।

Latest Posts

Don't Miss