spot_img

Latest Posts

ଦିଲ୍ଲୀରେ ପ୍ରବଳ ବର୍ଷା, ପାଣିରେ ବୁଡ଼ିଲା DTC ବସ୍

ଆଜି ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ମୌସୁମୀ ବର୍ଷା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ସକାଳୁ ବର୍ଷା ହୋଇଛି, ଯେଉଁଥିପାଇଁ ପାଣିପାଗ ସୁଖଦ ରହିବା ସହିତ ଗରମରୁ ମୁକ୍ତି ମିଳିଛି । ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଭର୍ତ୍ତି ହୋଇଜାଇଛି । ଦିଲ୍ଲୀର ମିନଟୋ ରୋଡରେ ପ୍ରବଳ ବର୍ଷା ହୋଇଛି ଏମିତି କି ଅଣ୍ଡରପାସ୍ ରେ ଜଳସ୍ତର ମଧ୍ୟରେ ଡିଟିସି ବସ୍ କୁ ସଂପୂର୍ଣ୍ଣ ଭାବେ ବୁଡ଼ାଇ ଦେଇଛି ।

ଏହା ବ୍ୟତୀତ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ହାଲୁକା ବର୍ଷା ହୋଇଛି। ଆସନ୍ତା ୩ ଦିନ ହରିୟାଣା, ପଞ୍ଜାବ ଏବଂ ହିମାଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଏହି ରାଜ୍ୟଗୁଡ଼ିକରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଦକ୍ଷିଣ ଗୁଜୁରାଟରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଦୁଇ ଦିନ ଧରି ଉତ୍ତରପ୍ରଦେଶର ମୁରାଦାବାଦରେ ପ୍ରବଳ ବର୍ଷା ହେତୁ ସହରର ଅନେକ ଅଞ୍ଚଳରେ ଜଳସ୍ତର ବଢି ରହିଛି ।

ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ପାଣିପାଗ ବିଭାଗର ସୂଚନାନୁସାରେ, ମୌସୁମୀ ଉତ୍ତର ଆଡକୁ ଗତି କରିବ ଏବଂ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ସ୍ଥିର ରହିବ। ଜୁଲାଇ ୧୯ ରୁ ୨୧ ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ଭାରତ ପାଣିପାଗ ବିଭାଗ (ଆଇଏମଡି) ଏକ ରେଡ୍ ଆଲର୍ଟ ଜାରି କରିଛି ।

ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ଭାରତରେ ଜାରି ବର୍ଷା ହେତୁ ଲୋକମାନେ ଆର୍ଦ୍ର ଗ୍ରୀଷ୍ମରୁ ଆରାମ ପାଇବେ, କିନ୍ତୁ ପ୍ରବଳ ବର୍ଷା ହେତୁ ଆସାମ ଏବଂ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ପରିସ୍ଥିତି ଆହୁରି ଖରାପ ହୋଇପାରେ। ଉତ୍ତରାଖଣ୍ଡ ଏବଂ ପାହାଡ ରାଜ୍ୟରେ ଭୂସ୍ଖଳନ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଆସାମରେ ବନ୍ୟା ବିପର୍ଯ୍ୟୟ

ଆସାମରେ ବନ୍ୟା ଯୋଗୁଁ ଅନେକ ଘର ସହ ଫସଲ ନଷ୍ଟ ହୋଇଯାଇଛି। ଏହା ବ୍ୟତୀତ ଅନେକ ସ୍ଥାନରେ ରାସ୍ତା ଓ ବ୍ରିଜ ଭାଙ୍ଗିଯାଇଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ଧୁବ୍ରି ଜିଲ୍ଲାରେ ବନ୍ୟା ଯୋଗୁଁ ୪.୬୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅତିକମରେ ୨,୬୭୮ ଗ୍ରାମ ଜଳମଗ୍ନ ହୋଇ ୧,୧୬,୪୦୪୦  ହେକ୍ଟରରେ ଫସଲ ନଷ୍ଟ ହୋଇଯାଇଛି । ପାଣିପାଗ ବିଭାଗ ଏହାର ପୂର୍ବାନୁମାନରେ କହିଛି ଯେ ଦେଶର ଉତ୍ତର ଏବଂ ଉତ୍ତର-ପୂର୍ବ ଭାଗରେ ମୌସୁମୀ କାର୍ଯ୍ୟକଳାପ ବୃଦ୍ଧି ଏହି ସମସ୍ୟାକୁ ବଢ଼ାଇପାରେ।

Latest Posts

Don't Miss