spot_img

Latest Posts

ଜାଣନ୍ତୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ କାହିଁକି ବ୍ୟବହାର ହେବ ଫଲଗୁ ନଦୀର ବାଲି !

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅଗଷ୍ଟ ୫ ରେ ରାମ ଜନ୍ମ ଭୁମି ପୂଜନ କାର୍ଯ୍ୟକ୍ରମର ପ୍ରସ୍ତାବ ଦିଆଯାଇଛି । ଏହା ସହିତ ମହାନ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଭୁମି-ପୂଜନରେ ନକ୍ଷତ୍ରରୁ ଆରମ୍ଭ କରି ଅନ୍ୟ ସମସ୍ତ ବିଶ୍ୱାସକୁ ବିଶେଷ ଯତ୍ନ ଦିଆଯାଇଛି। ଫଲଗୁ ନଦୀର ବାଲି ମଧ୍ୟ ରାମ ମନ୍ଦିରର ମୂଳଦୁଆ ଭାବରେ ବ୍ୟବହୃତ ହେବ ।

ରାମ ମନ୍ଦିର ଭୁମି-ପୂଜନ ସମୟରେ ଗର୍ଭଗୃହ ଭିତରେ ପାଞ୍ଚଟି ରୂପା ଇଟା ବ୍ୟବହାର କରାଯିବ। ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏହି ପାଞ୍ଚଟି ଇଟା ପାଞ୍ଚଟି ନକ୍ଷତ୍ରର ପ୍ରତୀକ ହେବ । ବିଶ୍ୱାସ କରାଯାଏ ଯେ ଭଗବାନ ରାମ ଅଭିଜିତ୍ ମୁହୁର୍ତ୍ତରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଭୁମି-ପୂଜନର ସମୟ ମଧ୍ୟ ସ୍ଥିର କରାଯାଇଛି । ବିଶ୍ୱ ପ୍ରସିଦ୍ଧ ମୋକ୍ଷ ଭୁମି ଗୟା ସହିତ ଭଗବାନ ରାମଙ୍କର ମଧ୍ୟ ଏକ ସମ୍ପର୍କ ଅଛି, ତେଣୁ ସେଠାକାର ପବିତ୍ର ଫଲଗୁ ନଦୀର ବାଲି ମଧ୍ୟ ମନ୍ଦିରରେ ବ୍ୟବହୃତ ହେଉଛି  ।

କଣ ରହିଛି ଫଲଗୁ ନଦୀ ସହ ସଂପର୍କ ?

କୁହାଯାଉଛି ଯେ, ଫଲଗୁ ନଦୀ ତଟରେ ଭଗବାନ ରାମ ନିଜ ଭାଇ ଲକ୍ଷଣ ଏବଂ ମାଆ ସୀତାଙ୍କ ସହିତ ବାପା ରାଜା ଦଶରଥଙ୍କ ଆତ୍ମାର ମୁକ୍ତି ପାଇଁ ପିଣ୍ଡଦାନ କରିଥିଲେ । ଏହି କାରଣରୁ ଅଯୋଧ୍ୟାରେ ତିଆରି ହେବାକୁ ଥିବା ରାମ ମନ୍ଦିରରେ ଫଲଗୁ ନଦୀର ବାଲି ବ୍ୟବହାର କରାଯିବ ।

ଗୟାରେ ବିଶ୍ୱ ହିନ୍ଦୁ ପରିଷଦର ବିଭାଗ ପୁରୋହିତ ପ୍ରମୁଖ ପ୍ରେମନାଥ ଟଇୟା କହିଛନ୍ତି ଯେ, ‘ମତେ ଏହି ସୂଚନା ମିଳିଛି ଯେ, ଅଯୋଧ୍ୟାରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାତ ସମୁଦ୍ରର ପାଣି, ଦେଶର ସବୁ ଧାର୍ମିକ ନଦୀର ପାଣି, ପ୍ରମୁଖ ଧାମ ଗୁଡ଼ିକର ମାଟି ଏବଂ ଫଲଗୁ ନଦୀ କୂଳର ବାଲିର ବ୍ୟବହାର କରାଯିବ ।’ ପ୍ରେମନାଥ ଟଇୟା ଏହା ମଧ୍ୟ କହିଛନ୍ତି ଯେ, ‘ଫଲଗୁ ନଦୀର ବାଲିକୁ ପ୍ରାୟ ଏକ ମାସ ପୂର୍ବରୁ ଅଯୋଧ୍ୟାକୁ ଅଣାଯାଇଛି । ଏହା ସହିତ ଗୟା ଧାମରୁ ୧.୨୫ କିଲୋଗ୍ରାମ୍ ଚାନ୍ଦୀର ଇଟା ମଧ୍ୟ ଅଯୋଧ୍ୟା ପଠାଯାଉଛି ।’

ଜଣାଇ ରଖୁଛୁ ୟେ, ଗୟା ଦେଇ ଯାଉଥିବା ପବିତ୍ର ଫଲଗୁ ନଦୀରେ ବହୁ ପରିମାଣରେ ଲୋକ ନିଜ ପୂର୍ବଜ ମାନଙ୍କୁ ପିଣ୍ତଦାନ କରିଥାନ୍ତି । କିଛି ଲୋକ ଫଲଗୁ ନଦୀ ବାଲିରେ ପିଣ୍ଡ ପ୍ରସ୍ତୁତ କରି ନିଜ ପୂର୍ବଜ ମାନଙ୍କ ଆତ୍ମାର ସଦଗତି ପାଇଁ କାମନା କରିଥାନ୍ତି । ବର୍ତ୍ତମାନ ଏହି ନଦୀର ବାଲିକୁ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣରେ ବ୍ୟବହାର କରାଯିବ ।

Latest Posts

Don't Miss