spot_img

Latest Posts

ପୁଣି ୧୬୯୯ କରୋନା ନୂଆ ଆକ୍ରାନ୍ତ, ସ୍ଥାନୀୟ ଅଞ୍ଚଳରୁ ୬୨୬…

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୬୯୯ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୦୭୩ ଜଣ ଚିହ୍ନଟ ହୋଇଥିବା ବେଳେ ୬୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟବାସୀ ଆତଙ୍କିତ ରହିଛନ୍ତି । ହେଲେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଘଟଣା ଲୋକଙ୍କୁ ଅଧିକ ଚିନ୍ତାରେ ପକାଇଛି ।

ନୂଆ ୧୬୯୯ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ୧୭ ଜଣ ଚିହ୍ନଟ ହୋଇଥିବା, ବାଲେଶ୍ୱରର ୧୭, ବରଗଡ଼ର ୮୧, ଭଦ୍ରକର ୬୬, ବଲାଙ୍ଗିରର ୨୧, ବୌଦ୍ଧର ୮, କଟକର ୧୦୫, ଢ଼େଙ୍କାନାଳର ୨୭, ଗଜପତିର ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ସବୁଥର ଭଳି ଗୁରୁବାର ମଧ୍ୟ ଗଞ୍ଜାମରୁ ସର୍ବଧିକ ୨୬୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୬ ଜଣ, ଯାଜପୁରରୁ ୪୧ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୩୦ ଜଣ, କନ୍ଧମାଳରୁ ୭୪ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେନ୍ଦୁଝରରୁ ୫୬ ଜଣ, ଖୋର୍ଦ୍ଧାରୁ ୨୨୦, କୋରାପୁଟରୁ ୪୧, ମାଲକାନଗିରିରୁ ୭୨, ମୟୁରଭଞ୍ଜରୁ ୨୪, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୩, ପୁରୀରୁ ୬୭, ରାୟଗଡ଼ାରୁ ୧୯, ସମ୍ବଲପୁରରୁ ୧୦୧, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୧୭୮ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ସୁଦ୍ଧା ୬ ଲକ୍ଷ ୫୯୧ଜଣଙ୍କର କରୋନା ଟେଷ୍ଟିଂ ସରିଛି । ସେଥିମଧ୍ୟରୁ ୪୦ ହଜାର ୭୧୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୫ ହଜାର ୭୩୭ ଜଣ ସୁସ୍ଥ ହୋଇ ଘରକୁ ଫରିସାରିଚନ୍ତି । ତେବେ ରାଜ୍ୟରେ ଏବେ ସୁଦ୍ଧା ୧୪ ହଜାର ୭୦୦ ମାମଲା ସକ୍ରିୟ ରହିଛି ।

Latest Posts

Don't Miss