spot_img

Latest Posts

ଜାତୀୟ ବୀରତା ସମ୍ମାନ : ପ୍ରଥମ ତିନି ସ୍ଥାନରେ ଜମ୍ମୁ-କାଶ୍ମୀର,ୟୁପି ପୋଲିସ ଓ CRPF

ନୂଆଦିଲ୍ଲୀ: ସ୍ୱାଧିନତା ଦୀବସ ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୋଲିସ ବୀରତା ସମ୍ମାନର ଘୋଷଣ ଶୁକ୍ରବାର ଦିନ ହୋଇଛି । ବୀରତା ସମ୍ମାନ ତାଲିକରେ ଜମ୍ମୁ-କାଶ୍ମୀର ପୋଲିସ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଓଡ଼ିଶା ପୋଲିସକୁ ୧୪ ବୀରତା ପୁରସ୍କାର ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଘୋଷିତା ତାଲିକାରେ ୮୧ ମେଡାଲ ସହ ଜମ୍ମୁ-କାଶ୍ମୀର ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱୀତିୟ ସ୍ଥାନରେ ଅଛି କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ୍) । ସିଆରପିଏଫକୁ ୫୫ ମେଡାଲ ମିଳିଛି । ସେହିଭଳି ତୃତୀୟ ସ୍ଥାନରେ ଅଛି ଉତ୍ତର ପ୍ରଦେଶ ପୋଲିସ । ଉତ୍ତର ପ୍ରଦେଶ ପୋଲିସକୁ ୨୩ ମେଡାଲ ମିଳିଛି ।

ଗୃହ ମନ୍ତ୍ରଣାଳୟ ତରଫରୁ ଜାରି ଲିଷ୍ଟ୍ ଅନୁସାରେ ଆନ୍ଧ୍ର ପ୍ରଦେଶ ପୋଲିସକୁ ୧୬,ଅରୁଣାଚଳ ପ୍ରଦେଶ ପୋଲିସକୁ ୪,ଆସାମ ପୋଲିସକୁ ୨୧,ଛତିସଗଡ ପୋଲିସକୁ ୧୪,ଗୋଆ ପୋଲିସକୁ ୧,ଗୁଜୁରାଟ ପୋଲିସକୁ ୧୯,ଓଡ଼ିଶା ପୋଲିସକୁ ୧୪, ହରିଆନା ପୋଲିସକୁ ୧୨,ହିମାଚଳ ପ୍ରଦେଶ ପୋଲିସକୁ ୪,ଝାଡଖଣ୍ଡ ପୋଲିସୁକ ୨୪,କର୍ଣ୍ଣାଟକ ପୋଲିସକୁ ୧୮କୁ ବୀରତା ଓ ସେବା ପୁରସ୍କାର ମିଳିଛି ।

tweet odisha

ଓଡ଼ିଶା ପୋଲିସକୁ ମୋଟ ୧୪ ମେଡାଲ ମିଳିଛି । ଏଥିମଧ୍ୟରୁ ଦୁଇଟି ରାଷ୍ଟ୍ରପତି ମେଡାଲ ହୋଇଥିବା ବେଳେ ୧୨ ବିଶିଷ୍ଟ ସେବା ପଦକ ।

ସର୍ବମୋଟ ୨୧୫ ଜଣ ପୋଲିସ ଅଧିକାରୀଙ୍କୁ ବୀରତା ପାଇଁ ପୋଲିସ ପଦକ,୮୦ ଜଣଙ୍କୁ ରାଷ୍ଟ୍ରପତି ପଦକ,ବିଶିଷ୍ଟ ସେବା ପାଇଁ ୬୩୧ ଜଣଙ୍କୁ ପୋଲିସ ପଦକ ମିଳିବ । ଏହି ତାଲିକାରେ ଉତ୍ତର ପ୍ରଦେଶ ପୋଲିସର ୨୩ ଜଣ ଅଧିକାରୀଙ୍କୁ ବୀରତା ପୁରସ୍କାର,୬ ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ୭୩ ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀରର ୮୧ ଅଧିକାରୀଙ୍କୁ ବୀରତା ପୁରସ୍କାର ,ଜଣଙ୍କୁ ରାଷ୍ଚ୍ରପତି ପଦକ ଓ ୧୨ ଜଣଙ୍କୁ ପୋଲିସ ମେଡାଲ ଦିଆଯିବ ।  ଜମ୍ମୁ-କାଶ୍ମୀର ପୋଲିସର ୯୪ ଜଣ ଯବାନ ଓ ଉତ୍ତର ପ୍ରଦେଶ ପୋଲିସର ୧୦୨ ଜଣ ଯବାନ ସମ୍ମାନିତ ହେବେ ।

Latest Posts

Don't Miss