spot_img

Latest Posts

Birthday Gift To Arnold : ନିଆରା ଫ୍ୟାନଙ୍କ ଆଚମ୍ୱିତ କଳାକୃତି

ନୂଆଦିଲ୍ଲୀ : ହଲିଉଡ ଲିଜେଣ୍ଡ, ମିଷ୍ଟର ଅଲମ୍ପିୟା ତଥା ପୂର୍ବତନ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଅର୍ନୋଲ୍ଡଙ୍କୁ ତାଙ୍କ ଜନ୍ମଦିନରେ ମିଳିଛି ଏକ ନିଆରା ଉପହାର । ତା’ ପୁଣି ନିଜ ପ୍ରଶଂସକଙ୍କଠାରୁ । ତାଙ୍କର ଜଣେ ପ୍ରଶଂସକ ଅର୍ନୋଲ୍ଡଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ମୋକିଙ୍ଗ୍ ପାଇପ୍ ପ୍ରସ୍ତୁତ କରିଛନ୍ତି ।  ସେ ଅର୍ନୋଲ୍ଡଙ୍କ ଟର୍ମିନେଟର ଚଳଚ୍ଚିତ୍ରର ଚରିତ୍ରକୁ ଅବିକଳ ଭାବେ ଆଙ୍କି ପ୍ରସ୍ତୁତ କରିଛନ୍ତି ଏହି ସ୍ମୋକିଙ୍ଗ୍ ପାଇପ୍ । ଫ୍ୟାନ ଜଣକ ନିଜ ରେଡିଟ୍ ( ଖବର ପ୍ରସାର କରିବା ପାଇଁ ଉଦ୍ଦିଷ୍ଟ ସୋସିଆଲ୍ ଆକାଉଣ୍ଟ) ଆକାଉଣ୍ଟରେ ଉକ୍ତ ପାଇପର ଫଟୋ ପୋଷ୍ଟ କରି ଅର୍ନୋଲ୍ଡଙ୍କ ଜନ୍ମଦିନର ଖୁସି ଜାହିର କରିଛନ୍ତି  ଓ ଲେଖିଛନ୍ତି, ଏହି ସ୍ମୋକିଙ୍ଗ୍ ପାଇପଟି ସ୍ୱତନ୍ତ୍ର ଭାବେ ଅର୍ନୋଲ୍ଡଙ୍କ ଜନ୍ମଦିନ ଖୁସିରେ ପ୍ରସ୍ତୁତ କରାଯାଇଛି ।

ଏଭଳି ପୋଷ୍ଟ ପଢିବା ପରେ ଅର୍ନୋଲ୍ଡ ପୋଷ୍ଟରେ ପ୍ରତିଉତ୍ତରରେ ଲେଖିଥିଲେ, ବାଃ, ଏଇଟି ଅତି ସୁନ୍ଦର । ଆପଣ ଏହାକୁ ମୋତେ ବିକ୍ରି କରିବେ କି ? ଏହାପରେ ସେ ତାଙ୍କ ଫ୍ୟାନଙ୍କୁ ସେହି ସ୍ମୋକିଙ୍ଗ୍ ପାଇପ୍ ଦେବା ପାଇଁ କହିଥିଲେ, ପ୍ରତିବଦଳରେ ସେ ନିଜ  ଫଟୋରେ ଦସ୍ତଖତ କରି ଫ୍ୟାନଙ୍କୁ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ । ତେବେ ଫ୍ୟାନ ଜଣକ ସ୍ମୋକିଙ୍ଗ୍ ପାଇପକୁ ବିକ୍ରି କରିବା ପରିବର୍ତ୍ତେ ଅର୍ନୋଲ୍ଡଙ୍କୁ ଗିଫ୍ଟ ଭାବେ ଦେବା ପାଇଁ କହିବାରେ ପରେ ଅର୍ନୋଲ୍ଡ ଲେଖିଥିଲେ, ଯଦି ଆପଣ ଏହାକୁ ମୋ ପାଖକୁ ପଠାଇବା ପାଇଁ କହୁଛ ତେବେ ମୁଁ ମଧ୍ୟ  ମୋର  ଦସ୍ତଖତ ସମ୍ୱଳିତ ଏକ ଫଟୋ ଆପଣଙ୍କ ପାଖକୁ ପଠାଇବି । ଏହାପରେ ଫ୍ୟାନ ଜଣକ ଅର୍ନୋଲ୍ଡଙ୍କୁ ସ୍ମୋକିଙ୍ଗ୍ ପାଇପ୍ ପଠାଇଥିଲେ  ।

ପରେ ପ୍ରତିଶ୍ରୁତି ରକ୍ଷା କରି ଅର୍ନୋଲ୍ଡ ମଧ୍ୟ ନିଜ ଦସ୍ତଖତ ସମ୍ୱଳିତ ଏକ ଫଟୋ ଫ୍ୟାନଙ୍କୁ ପଠାଇଥିଲେ । ସେ ପାଇପଟି ପାଇଁ ଫ୍ୟାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପାଇପଟି କାଠରେ ନିର୍ମିତ ହୋଇଥିବା ବେଳେ ଚର୍ମିନେଟର ଚରିତ୍ରର ମୁଣ୍ଡଟିକୁ କଳାକୃତୀର ଆକାର ଦିଆଯାଇଥିଲା ।

Latest Posts

Don't Miss