ନୂଆଦିଲ୍ଲୀ: ଗୁଗଲ ନିୟମିତ ଭାବରେ ପ୍ଲେ ଷ୍ଟୋରରୁ Malicious appsକୁ ହଟାଇ ଦେଉଛି । ଏବେ ଗୁଗଲ ଜୋକର ମାଲୱେୟାର ଇନଫେକ୍ଟେଡ ୧୭ଟି ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଖବର ଅନୁସାରେ କୌଣସି ଉପାୟରେ ଏହି ଆପ୍ସ ଗୁଡ଼ିକ ଗୁଗଲ ପ୍ଲେ ଷ୍ଟୋରରେ ବାରମ୍ବାର ସ୍ଥାନ ନେଇଯାଉଛନ୍ତି । Zscaler ThreatLabZ ରିସର୍ଚରେ ଲାଟେଷ୍ଟ ଜୋକର ମାଲବେୟର ଆପ୍ସ ବିଷୟରେ ସୂଚନା ମିଳିଛି । ଏହି ଆପ୍ସର ବ୍ୟବହାର ଏସଏମଏସ,କଣ୍ଟ୍ରାକ୍ଟ, ଡିଭାଇସ୍ଇନଫର୍ମେସନ ଏବଂ ପ୍ରିମିୟମ ଓ୍ୱୟରଲେସ ଆପ୍ଲିକେସନ ପ୍ରୋଟକଲର ସାଇନ ଅପ ପାଇଁ ବ୍ୟବହାର କରାଯାଏ । Zscaler ସିକ୍ୟୁରିଟି ରିସର୍ଚର ବିରଲ ଗାନ୍ଧୀ ଏକ ବ୍ଲଗ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି ।

ଉକ୍ତ ୧୭ଟି ଆପ୍ସକୁ ପ୍ରାୟ ୧ ଲକ୍ଷ ୨୦ ହଜାର ଥର ଡାଉନଲୋଡ କରାଯାଇଛି । ଏଥିରୁ ଅଧିକାଂଶ ସ୍କାନର ଆପ୍ସ । ଏହା ବ୍ୟତୀତ କେତେକ ମେସେଜିଂ ଆପ୍ସ ଏବଂ ଫୋଟୋ ଏଡିଟର୍ସ ମଧ୍ୟ ରହିଛି । ତେବେ ଗୁଗଲକୁ ଏହି ଆପ୍ସ ଗୁଡ଼ିକ ବିଷୟରେ ସୂଚନା ମିଳିବା ପରେ ଏଗୁଡ଼ିକୁ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି । ଏବେ ଏହି ଆପ୍ସ ଗୁଡ଼ିକୁ ଡାଉନଲୋଡ କରିହେବ ନାହିଁ ।
ଆପ୍ସ ଗୁଡ଼ିକ ହେଲା:
- All Good PDF Scanner
 - Direct Messenger
 - Mint Leaf Message-Your Private Message
 - Tangram App Lock
 - Unique Keyboard – Fancy Fonts & Free Emoticons
 - Private SMS
 - Style Photo Collage
 - One Sentence Translator – Multifunctional Translator
 - Meticulous Scanner
 - Care Message
 - Desire Translate
 - Talent Photo Editor – Blur focus
 - Part Message
 - Paper Doc Scanner
 - Blue Scanner
 - Hummingbird PDF Converter – Photo to PDF
 - All Good PDF Scanner
 
ଗୁଗଲ ଏଭଳି ଆପ୍ସକୁ ଫିଲଟର କରିବାକୁ ନେଇ ଲଗାତାର ଉଦ୍ୟମ ଜାରି ରଖିଛି । ଏଗୁଡ଼ିକ ୟୁନିକ କାଟାଗୋରୀ Bread ମଧ୍ୟରେ ଆସିଥାଏ । ଗୁଗଲର ଉଦ୍ୟମ ପରେ ମଧ୍ୟ ଜୋକର ମାଲବେୟରର ନୂଆ ଭ୍ୟାରିଏଣ୍ଟ ପ୍ଲେ ଷ୍ଟୋରର ସିକ୍ୟୁରିଟି ବାଏପାସ କରିବାରେ ସଫଳ ରହିଛି । ଏହା ପୂର୍ବରୁ ଗୁଗଲ ମାଲୱାର ବିଷୟରେ ସୂଚନା ଦେଇଥିଲା । ଏପର୍ଯ୍ୟନ୍ତ ୧୭୦୦ ଇନଫେକ୍ଟେଡ ଆପ୍ସକୁ ହଟାଇ ଦିଆଯାଇଛି ।

