spot_img

Latest Posts

କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତ ଆଉ ପାଦେ ଆଗରେ, ସଫଳତାର ସହ କଲା ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ

ଜୟପୁର: ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ତିକ୍ତତା ସମୟରେ କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତ ଆଉ ପାଦେ ଆଗକୁ ବଢିଛି । ଭାରତ ଗୁରୁବାର ଦିନ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ପରୀକ୍ଷଣ କରିଛି । ସକାଳ ୬: ୪୫ ରେ ରାଜସ୍ଥାନର ପୋଖରନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ନାଗ କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ କରାଯାଇଛି ।

ନାଗ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ୍ DRDOର ସ୍ୱଦେଶୀ ବାରହେଡର ତାଲିକାରେ ସାମିଲ ହୋଇଛି । ଗତ ଦେଢ ମାସ ମଧ୍ୟରେ, DRDO ଅତି କମରେ ୧୨ଟି କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ଏବଂ ଏହି କ୍ଷେପଣାସ୍ତ୍ର ସାହାଯ୍ୟରେ ଯୁଦ୍ଧର ଆବଶ୍ୟକତା ପୂରଣ ହେବ ।

ସୀମା ଉପରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି କ୍ଷେପଣାସ୍ତ୍ରଗୁଡିକର ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ନିକଟରେ DRDO ମୁଖ୍ୟ କହିଛନ୍ତି ଯେ, ସେନା ପାଇଁ ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛୁ, ଯହାଫଳରେ ଆମେ କ୍ଷେପଣାସ୍ତ୍ର କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିପାରିବୁ ।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶରେ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସମେତ ଭାରତୀୟ ଶିଳ୍ପରେ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଦିନକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା DRDO ପ୍ରୋକ୍ୟୁମେଣ୍ଟ୍ ମାନୁଆଲ୍ ୨୦୨୦ର ଏକ ନୂଆ ସଂସ୍କରଣ ପ୍ରକାଶ ପାଇଥିଲା ।

Latest Posts

Don't Miss