spot_img

Latest Posts

ସାରୁଅରେ ଠିକା କର୍ମଚାରୀଙ୍କ ଧାରଣା: ନିଦାବିଷ୍ଣୁ ସାଜିଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା

ଭୁବନେଶ୍ୱର: ଦିନ ବିତୁଛି ହେଲେ ଦେଖାମିଳୁନି  । ନା ଡିଭିଜିନାଲ ଶ୍ରମ କମିଶନରଙ୍କ ଉତ୍ତର ରଖୁଛନ୍ତି ନା ସେପଟେ ସାରୁଅରେ ଠିକା ଶ୍ରମିକଙ୍କ ସହ ଆଲୋଚନା କରୁଛନ୍ତି  । ନିଦାବିଷ୍ଣ ସାଜିଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା  । ଶ୍ରମିକଙ୍କ ଦାବି ଆଧାରରେ ଶ୍ରମ କମିଶନର ୩ ତାରିଖରେ ନୋଟିସ କରିଥିଲେ । ସାତ ଦିନରୁ ଛ’ ଦିନ ବିତିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଉତ୍ତର ରଖିନାହାଁନ୍ତି ଓଟିଭି ଏମଡି  । କାଲି ଉତ୍ତର ନରଖିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଡିଭିଜିନାଲ ଶ୍ରମ କମିଶନର  । ଅନ୍ୟପଟେ ଶ୍ରମିକଙ୍କୁ ଧମକଟମକ ଦେଇ ଗିରଫ ହୋଇଥିବା ଓଟିଭିର ଦୁଇ କର୍ମଚାରୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି  ।

ନିଯୁକ୍ତିରେ ଅନିୟମିତତା, ଧାର୍ଯ୍ୟ ମଜୁରୀ ପ୍ରଦାନରେ ଖିଲାପ ଓ ଇ ଏସ ଆଇ ଏବଂ ଇପିଏଫ ଭଳି ସୁବିଧାରୁ ବଞ୍ଚିତ  । ଏପରି ତିନି ଦଫା ଦାବି କରି ସାରୁଅରେ ଠିକା କର୍ମଚାରୀ ଚଳାଇଛନ୍ତି ଆନ୍ଦୋଳନ  । ଆନ୍ଦୋଳନ ନବମ ଦିନରେ ପହଞ୍ଚିଥିବାବେଳେ  ଏନେଇ ଓଟିଭିକୁ ଶ୍ରମ ବିଭାଗ ଦେଇଥିବା ନୋଟିସର ଜବାବ ରଖିଲେନି କର୍ତ୍ତୃପକ୍ଷ  । ଶ୍ରମିକଙ୍କ ଆନ୍ଦୋଳନ ଓ ଦାବିକୁ ନେଇ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ନୋଟିସ ଜାରି କରିଛନ୍ତି ଡିଭିଜନାଲ ଲେବର କମିଶନର। ଗତ 3 ତାରିଖରେ ନୋଟିସ ଜାରି କରାଯାଇଥିବା ବେଳେ 7ଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସରେ କୁହାଯାଇଥିଲା । ନିର୍ଦ୍ଧାରିତ ସମୟର 6ଦିନ ବିତିଯାଇଛି। ଆଉ ହାତରେ ଦିନଟିଏ ସମୟ ରହିଛି। ଆସନ୍ତାକାଲି ଉତ୍ତର ନରଖିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିଜିଭିଜନଲ ଶ୍ରମ କମିଶନର  ।

ଅନ୍ୟପଟେ ଓଟିଭି କର୍ତ୍ତୃପକ୍ଷଙ୍କ ଠାରୁ ଉତ୍ତର ମିଳିବା ପରେ ତାକୁ ତର୍ଜମା କରାଯିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନରଖିଲେ ଶ୍ରମ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ସେପଟେ ଜଣେ ସହକାରୀ ଶ୍ରମ ଅଧିକାରୀଙ୍କୁ ଘଟଣାସ୍ଥଳ ପରିଦର୍ଶନ ପାଇଁ ପଠାଯିବ। ଏବଂ ଆନ୍ଦୋଳନକାରୀଙ୍କ ଇଏସଆଇ ଏବଂ ଇପିଏଫ ସମ୍ପର୍କିତ ଅଭିଯୋଗକୁ ନେଇ ସମ୍ପୃକ୍ତ ବିଭାଗ କମିଶନରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ଡିଭିଜନାଲ ଶ୍ରମ କମିଶନର।

ସାରୁଅରେ ଆଜି ନବମ ଦିନରେ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଛି  । ସାରୁଅଠାରୁ ଭୁବନେଶ୍ବର, ସବୁଠି ଶୁଭୁଛି ବିରୋଧର ସ୍ୱର । ଖରା, କାକରରେ ୯ଦିନ ହେଲା ଆନ୍ଦୋଳନରେ ବସିଛନ୍ତି କର୍ମଚାରୀ । ନ୍ୟାୟ ଦେବାତ ଦୂରର କଥା ଆନ୍ଦୋଳନକାରୀଙ୍କ ପାଖକୁ ଆସୁନାହାନ୍ତି ଷ୍ଟୁଡିଓ କର୍ମଚାରୀ  । ସେପଟେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନି ବୋଲି କହିଛନ୍ତି ଠିକା କର୍ମଚାରୀ ।

Latest Posts

Don't Miss