spot_img

Latest Posts

୮ ମାସ ପରେ ଭାରତ ଫେରିଲେ ପାକିସ୍ତାନରେ ଫସି ରହିଥିବା ହିନ୍ଦୁ ମହିଳା

ଲାହୋର: ନିଜ ରୋଗାଗ୍ରସ୍ତ ମାଆଙ୍କୁ ଭେଟିବାକୁ ଯାଇଥିବା ଜଣେ ହିନ୍ଦୁ ମହିଳା ପ୍ରାୟ ୮ ମାସ ଧରି ପାକିସ୍ତାନରେ ଫସି ରହିଥିଲେ। ଆଉ ତାଙ୍କ ଫେରିବା ବାଟକୁ ଭାରତରେ ଚାହିଁ ବସିଥିଲେ ତାଙ୍କ ସ୍ୱାମୀ ଓ ପିଲାମାନେ ।

ସୂଚନା ଅନୁଯାୟୀ ଏନଓଆରଆଇ ଭିସା ନେଇ ସମ୍ପୃକ୍ତ ମହିଳା ଜଣକ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ ଗତ ଫେବୃଆରୀରେ ମାଆଙ୍କୁ ଦେଖିବା ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲେ । ପରେ ସ୍ୱାମୀ ଓ ପିଲାମାନେ ଘରକୁ ଫେରିଯାଇଥିବା ବେଳେ ଭିସା ଶେଷ ହେବା ଯୋଗୁଁ ସେ ପାକିସ୍ତାନରେ ରହିଯାଇଥିଲେ।

ଯୋଧପୁରର ବାସିନ୍ଦା ଲିଲାରାମଙ୍କ ପତ୍ନୀ ଜନତା ହେଉଛନ୍ତି ପାକିସ୍ତାନର ବାସିନ୍ଦା। ଗତ ଫେବୃଆରୀ ମାସରେ ସେମାନେ ମାଆଙ୍କୁ ଦେଖା କରିବାକୁ ଯାଇଥିବା ବେଳେ କରୋନାଭାଇରସ୍ ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରାଯାଇଥିଲା । ସେ ସମୟରେ ଜନତାଙ୍କ ଏନଓଆରଆଇ ଭିସା ଅବଧି ସମାପ୍ତ ହୋଇଯିବା ଯୋଗୁଁ ପଡୋଶୀ ଦେଶ ପାକିସ୍ତାନରେ ଫସି ରହିବାକୁ ପଡିଲା । ହେଲେ ତାଙ୍କ ସ୍ୱାମୀ ଏବଂ ପିଲାମାନେ ଜୁଲାଇରେ ଭାରତ ଫେରି ଆସିଥିଲେ।

ଏନେଇ ତାଙ୍କ ସ୍ୱାମୀ ଲିଲାରାମ କହିଛନ୍ତି ଯେ ଯେତେବେଳେ ସେ ଘରକୁ ଫେରିବା ପାଇଁ ୱାଘା ସୀମାରେ ପହଞ୍ଚିଲେ, ସେତେବେଳେ ଲିଷ୍ଟରେ ତାଙ୍କ ପତ୍ନୀଙ୍କ ନାମ ନଥିଲା । ଫଳରେ ଭାରତ ଫେରିବା ପରେ ଲିଲାରାମ ତାଙ୍କ ପତ୍ନୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଚିଠି ଲେଖିବା ଆରମ୍ଭ କରିଥିଲେ।

ନିକଟରେ ଭାରତ ସରକାର ଏନଓଆରଆଇ ଭିସା ନେଇ ପାକିସ୍ତାନ ଯାଇଥିବା ହିନ୍ଦୁ ପାକ୍ ନାଗରିକମାନଙ୍କୁ ଭାରତକୁ ଫେରାଇ ଆଣିବାକୁ ଅନୁମତି ଦେଇଥିଲେ । ଯାହା ପରେ ମଙ୍ଗଳବାର ଦିନ ୱାଘା ସୀମା ଦେଇ ଜନତା ଭାରତରେ ପ୍ରବେଶ କରିଥିଲେ। ଯେଉଁଠାରେ ତାଙ୍କର ସ୍ବାଗତ କରିବା ଲାଗି ସ୍ବାମୀ ଓ ପିଲାମାନେ ଉପସ୍ଥିତ ରହିଥିଲେ ।

Latest Posts

Don't Miss