spot_img

Latest Posts

ତେଜସ୍ୱୀ ଯାଦବଙ୍କ ସମେତ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ପାଟନା ଥାନାରେ FIR କରାଯାଇଛି। ଏପରିକି ତାଙ୍କ ସମେତ ୧୮ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ କୋଭିଡ-୧୯ ମହାମାରୀ ସମୟରେ ବିନା ଅନୁମତିରେ ଚାଷୀଙ୍କ ପ୍ରସଙ୍ଗକୁ ନେଇ ଗାନ୍ଧୀ ମୈଦାନ ବାହାରେ ଏମାନେ ବିରୋଧ ପ୍ରଦର୍ଶନ କରିଥିଲେ।

ତେଜସ୍ୱୀଙ୍କ ନେତୃତ୍ୱରେ ଆଜି ଆରଜେଡି ଓ କଂଗ୍ରେସର ନେତାମାନେ ଚାଷୀ ପ୍ରସଙ୍ଗକୁ ନେଇ ଗାନ୍ଧୀ ମୈଦାନର ଗେଟ୍ ନମ୍ବର ୪ରେ ଧାରଣାରେ ବସିଥିଲେ। ଏହି ସମୟରେ ଯଦିଓ ବାରମ୍ବାର ପ୍ରଶାସନ ସେମାନଙ୍କୁ ଧାରଣାରୁ ଓହ୍ଲାଇବାକୁ କହିଥିଲେ ତଥାପି ସେମାନେ ଶୁଣିନଥିଲେ ।

ତେଜସ୍ୱିଙ୍କ ସମେତ ଅନ୍ୟ ନେତାଙ୍କ ମଧ୍ୟରେ ବିଧାୟକ ଆଲୋକ ମେହେଟ୍ଟା, ରାମାନନ୍ଦ ଯାଦବ, ପୂର୍ବତନ ମନ୍ତ୍ରୀ ଶ୍ୟାମ ରାଜକ, ରମଇ ରାମ, ପୂର୍ବତନ ବିଧାୟକ ଶକ୍ତି ସିଂ, ଆରଜେଡି ପ୍ରବକ୍ତା ମୃତ୍ୟୁଞ୍ଜୟ ତିୱାରୀ, କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଦନ ମୋହନ ଝା ସାମିଲ ରହିଥିଲେ ।

ତେବେ ସେମାନଙ୍କ ବିରୋଧରେ ଧାରା ୧୮୮, ୧୪୫, ୨୬୯, ୨୭୯ ପାନଡେମିକ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଏନେଇ ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଏମଏସପି ନରହିବ ତାହେଲେ ଚାଷୀଙ୍କୁ ଚାପଗ୍ରସ୍ତ କରାଯିବ । ମଣ୍ଡି ବ୍ୟବସ୍ଥାର ରକ୍ଷଣାବେକ୍ଷଣ ତଥା କୃଷକମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ କରିବା ପାଇଁ ଆମର ଦାବି।

Latest Posts

Don't Miss