spot_img

Latest Posts

ମାମଲା ରୁଜୁ ପରେ ବର୍ଷିଲେ ତେଜସ୍ୱୀ ଯାଦବ; କହିଲେ ଗିରଫ କରିକି ଦେଖାଅ

ପାଟଣା: ବିହାରର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଏପରିକି ସେ ଏନଡିଏ ସରକାରକୁ ନିକମ୍ମା ଓ ଡରପୋକ୍ ବୋଲି କହିଛନ୍ତି ।

ତେଜସ୍ୱୀ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ଏହି ସରକାରରେ କ୍ଷମତା ଅଛି ତେବେ ସେମାନଙ୍କୁ ଗିରଫ କରି ଦେଖାନ୍ତୁ, ନଚେତ୍ ସେ ନିଜେ ଗିରଫ ହେବେ। କୃଷକମାନଙ୍କ ପାଇଁ ନିଜେ ଫାଶୀରେ ମଧ୍ୟ ଚଢିବାକୁ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବଙ୍କ ସମେତ ୧୮ ଜଣଙ୍କ ବିରୋଧରେ ପାଟନା ଥାନାରେ FIR କରାଯାଇଛି। ତେଜସ୍ୱୀଙ୍କ ନେତୃତ୍ୱରେ ଆଜି ଆରଜେଡି ଓ କଂଗ୍ରେସର ନେତାମାନେ ଚାଷୀ ପ୍ରସଙ୍ଗକୁ ନେଇ ଗାନ୍ଧୀ ମୈଦାନର ଗେଟ୍ ନମ୍ବର ୪ରେ ଧାରଣାରେ ବସିଥିଲେ। ଏହି ସମୟରେ ଯଦିଓ ବାରମ୍ବାର ପ୍ରଶାସନ ସେମାନଙ୍କୁ ଧାରଣାରୁ ଓହ୍ଲାଇବାକୁ କହିଥିଲେ ତଥାପି ସେମାନେ ଶୁଣିନଥିଲେ ।

ତେଜସ୍ୱିଙ୍କ ସମେତ ଅନ୍ୟ ନେତାଙ୍କ ମଧ୍ୟରେ ବିଧାୟକ ଆଲୋକ ମେହେଟ୍ଟା, ରାମାନନ୍ଦ ଯାଦବ, ପୂର୍ବତନ ମନ୍ତ୍ରୀ ଶ୍ୟାମ ରାଜକ, ରମଇ ରାମ, ପୂର୍ବତନ ବିଧାୟକ ଶକ୍ତି ସିଂ, ଆରଜେଡି ପ୍ରବକ୍ତା ମୃତ୍ୟୁଞ୍ଜୟ ତିୱାରୀ, କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଦନ ମୋହନ ଝା ସାମିଲ ରହିଥିଲେ ।

ତେବେ ସେମାନଙ୍କ ବିରୋଧରେ ଧାରା ୧୮୮, ୧୪୫, ୨୬୯, ୨୭୯ ପାନଡେମିକ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

Latest Posts

Don't Miss