ନନ୍ଦିଘୋଷ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଏମ୍ ରାମପୁରରେ ଅଘଟଣ । ପାଇଖାନା ଟାଙ୍କି ଭିତରେ ଚାଲିଗଲା ୬ ଜୀବନ। ସେଣ୍ଟ୍ରିଂ ଖୋଲୁଥିବାବେଳେ ଘଟିଲା ଅଘଟଣ । ସେଣ୍ଟ୍ରିଂ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର । କଳାହାଣ୍ଡି ଜିଲ୍ଲା ଏମ ରାମପୁର ନିକଟସ୍ଥ ଗୌଡ଼ କରଲାଖୁଣ୍ଟ ଜଣକ ଘରେ ଚାଲିଥିଲା ପାଇଖାନା କାମ । ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିବା ବେଳେ ଭୁଶୁଡ଼ି ପଡ଼ିଥିଲା । ତଳେ ଚାପି ହୋଇ ୬ ଜଣଙ୍କମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଏମ ରାମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

