spot_img

Latest Posts

ପାକିସ୍ତାନରୁ କିଏ ଚୋରି କଲା ୩୨ ହଜାର ପାସପୋର୍ଟ ?

ନନ୍ଦିଘୋଷ ବ୍ୟୁରୋ :  ପାକିସ୍ତାନରେ ପାସକୋର୍ଟ ଚୋରି ମାମଲା ସାମ୍ନାକୁ ଆସିଛି । ଗୋଟିଏ ନୁହେଁ କି ଦୁଇଟି ନୁହେଁ ପୁରା ୩୨ ହଜାର ପାସପୋର୍ଟ ଚୋରି ହୋଇଯାଇଛି । ଏହି ଘଟଣା ପାକିସ୍ତାନ ପବ୍ଲିକ୍ ଆକାଉଣ୍ଟ୍ସ କମିଟି ପକ୍ଷରୁ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଚୋରି ହୋଇଥିବା ପାସପୋର୍ଟ ଏଯାଏଁ ଜବତ କରାଯାଇନି କି, ଏପର୍ଯ୍ୟନ୍ତ ପାକିସ୍ତାନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ଦି ପବ୍ଲିକ୍ ଆକାଉଣ୍ଟ୍ସ କମିଟିର ଅଧ୍ୟକ୍ଷ ତାରିଖ ଫଜଲ ଚୌଧୁରୀ ଏକ ବୈଠକ ଡାକିଥିଲେ । ଏହି ବୈଠକକୁ  ପାକିସ୍ତାନ ପାସପୋର୍ଟ ମହାନିର୍ଦ୍ଦେଶକ ମୁସ୍ତାଫା କାଜିଙ୍କୁ ଡକାଯାଇଥିଲା । କାଜିଙ୍କ ଅନୁସାରେ ପାକିସ୍ତାନରେ ଏଭଳି ଅନେକ ଥର ପାସପୋର୍ଟ ଚୋରି ଘଟଣା ସାମ୍ନାକୁ ଆସୁଛି ।

ଆବୋଟାବାଦକୁ ପାକିସ୍ତାନର ଆତଙ୍କବାଦୀ ଗଡ଼ ବୋଲି କୁହାଯାଉଛି । ୨୦୧୧ ମସିହାରେ ଆମେରିକାନ ଫୋର୍ସ ଆତଙ୍କାବଦୀ ଓସୋମା ବିନ  ଲାଡେନକୁ ହତ୍ୟା କରିଥିଲା । ଆବୋଟାବାଦ ଆଫଗାନିସ୍ତାନ ନିକଟରେ ରହିଛି । ଆବୋଟାବାଦରେ ୩୨ ହଜାର ପାସପୋର୍ଟ ହଜିବା ଘଟଣା ଏକ ବଡ଼ ପ୍ରଶ୍ନ ଛିଡା କରିଛି ।

ପାକିସ୍ତାନ ପବ୍ଲିକ୍ ଆକାଉଣ୍ଟ୍ସ କମିଟି ବୈଠକରେ ଫଜଲ ଚୌଧୁରୀ ପାସପୋର୍ଟ ମହାନିର୍ଦ୍ଦେଶକଙ୍କୁ ଏ ବିଷୟରେ ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ କାହିଁକି ଛାନଭିନ କରାଯାଇନି ? ଏହାର ଦୁରୁପଯୋଗ କେଉଁ କେଉଁ ସ୍ଥାନରେ ହେଉନି ଏହି ବିଷୟରେ କେହି ଜାଣନ୍ତି ନାହିଁ । ପବ୍ଲିକ୍ ଆକାଉଣ୍ଟ୍ସ କମିଟି ପାକିସ୍ତାନ ସରକାରଙ୍କୁ ତୁରନ୍ତ ପାସପୋର୍ଟ ପ୍ରକ୍ରିୟା ଅନଲାଇନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ପବ୍ଲିକ୍ ଆକାଉଣ୍ଟ୍ସ କମିଟି ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତୁରନ୍ତ କାର୍ଯ୍ୟକୁଷ୍ଠାନ ଗ୍ରହଣ କରିବାକୁ ପାଇଁ ଦାବି କରିଛି ।

ବର୍ତ୍ତମାନ, ପାକିସ୍ତାନରେ ତେହେରିକ୍-ଏ-ତାଲିବାନ, ଲସ୍କର-ଏ-ତୈବା, ଜୈଶ୍-ଏ-ମହମ୍ମଦ, ଏଚ୍ଏମ୍ ଏବଂ ଆଇଏସ୍ଆଇଏସ୍ର ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି। ପ୍ରଶ୍ନ ଉଠୁଛି ଯେ ଏହି ଆତଙ୍କବାଦୀମାନଙ୍କର ନକଲି ପାକିସ୍ତାନୀ ପାସପୋର୍ଟ ଅଛି କି? ପୂର୍ବରୁ ପାକିସ୍ତାନ ନକଲି ପାସପୋର୍ଟ ବ୍ୟବହାର କରି ଆତଙ୍କବାଦୀମାନଙ୍କୁ ପଠାଉଥିବା ଅଭିଯୋଗ ହୋଇଛି। ଏଥର ମଧ୍ୟ ଏହି ପାସପୋର୍ଟ ଆତଙ୍କବାଦୀଙ୍କ ହାତରେ ଲାଗିଛି କି ନାହିଁ ତାହା ପ୍ରଶ୍ନ କରାଯାଉଛି।

Latest Posts

Don't Miss