ତାଲିବାନ ସରକାରରେ ଫାଟ; ହକ୍କାନୀ ନେତାଙ୍କ ସହ ବଚସା ପରେ କାବୁଲ ଛାଡିଲେ ବରାଦର

1 min read

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଆରମ୍ଭ ହେଉ ହେଉ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ତାଲିବାନ ସରକାରରେ ଡେପୁଟି ପ୍ରାଇମ୍ ମିନିଷ୍ଟର ହୋଇଥିବା ମୁଲ୍ଲା ଗନି ବରାଦର କାବୁଲ ଛାଡିଛନ୍ତି । ହକ୍କାନୀ ନେଟୱର୍କର ନେତାମାନଙ୍କ ସହ ମତଭେଦ ଯୋଗୁଁ ସେ କାବୁଲ ଛାଡିଥିବା କୁହାଯାଉଛି । ଗତ ସପ୍ତାହରେ  ରାଷ୍ଟ୍ରପତି ଭବନରେ ବରାଦର ଓ ହକ୍କାନୀ ନେଟୱର୍କର ନେତା ଖଲିଲ ଉର-ରହମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହା ପରେ ଦୁଇ ନେତାଙ୍କ ସମର୍ଥକ ମାନେ ମୁହାଁମୁହିଁ ହୋଇଥିଲେ।

Taliban Claim To Have Captured 4 Districts In Panjshir Valley

ତାଲିବାନର ଜଣେ ବରିଷ୍ଠ ନେତାଙ୍କ ଏକ ରିପୋର୍ଟ ଅନୁଯାୟୀ, କାବୁଲର ରାଷ୍ଟ୍ରପତି କାର୍ଯ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କ୍ୟାବିନେଟକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଅଗଷ୍ଟ ୧୫ରେ  କାବୁଲକୁ ତାଲିବାନ କବଜା କରିବା ପରଠାରୁ କ୍ଷମତା ଓ ସରକାର ଗଠନକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ବହୁ ବାଦବିବାଦ ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନେଇ ଘୋଷଣା କରାଯାଇଥିଲା।

Taliban Tea With An Afghan Folk Singer Few Days Llater They Shot Him Dead

ତେବେ ହକ୍କାନି ନେଟୱର୍କକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ କରି ବିରୋଧ କରାଯାଉଛି। ସେପଟେ  ହକ୍କାନି ନେଟୱର୍କ ନିଜକୁ ତାଲିବାନର ସବୁଠୁ ଫାଇଟର ୟୁନିଟ୍ ଭାବରେ ବୋଲି କହୁଛି। ତେବେ ବରାଦରଙ୍କ ଦଳର କହିବାନୁଯାୟୀ ସେମାନଙ୍କ କୂଟନୈତିକ ନୀତି ଯୋଗୁଁ ଆଫଗାନିସ୍ତାନରେ ତାଲିବାନକୁ ସତ୍ତା ମିଳିଛି । କିନ୍ତୁ ଅନ୍ୟପଟେ ହକ୍କାନି ନେଟୱର୍କ ଦଳ କହୁଛନ୍ତି ଯୁଦ୍ଧ ମାଧ୍ୟମରେ ଆଫଗାନିସ୍ତାନକୁ ଜିତ୍ ହାସଲ ହୋଇଛି ।

Leave a Reply