ଟାଟା କମ୍ପାନୀରେ ନିଯୁକ୍ତି ନେଇ ଠକେଇ ମାମଲା, କୋର୍ଟରେ ହାଜର ହେଲେ ଅଭୟ ପାଠକ ଓ ଆକାଶ ପାଠକ

ବ୍ରହ୍ମପୁର: ବ୍ରହ୍ମପୁର କୋର୍ଟରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ପୁଅ ଆକାଶ ପାଠକ । ଉଭୟେ ୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି । ଅଭୟ ଓ ଆକାଶଙ୍କ ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ହାଜର ହୋଇଥିଲେ । ୪ଟି ମାମଲା ପାଇଁ ଜେଏମଏଫସି କୋର୍ଟ ଓ ଗୋଟିଏ ମାମଲା ରୁରାଲ ଜେଏମଏଫସିଙ୍କ କୋର୍ଟରେ ହାଜର ହୋଇଛନ୍ତି । ଗୋଳନ୍ଥରା ଥାନାରେ ୪ଟି ଅଭିଯୋଗ ହୋଇଥିବା ବେଳେ ଗୋଟିଏ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି । ଟାଟା କମ୍ପାନୀରେ ନିଯୁକ୍ତି ନେଇ ଠକେଇ ଅଭିଯୋଗରେ କୋର୍ଟରେ ହାଜର ହୋଇଛନ୍ତି ପାଠକ ବାପା ଓ ପୁଅ ।