ହୋସ ଉଡାଇଲା ବିଜୁଳି ବିଲ୍, ଗୋଟିଏ ମାସରେ ଆସିଲା ପାଖାପାଖି ୮ କୋଟି ଟଙ୍କାର ଦେୟ

1 min read

ଭୁବନେଶ୍ୱର: ହୋସ୍ ଉଡାଇଲା ବିଜୁଳି ବିଲ୍ । ଗୋଟିଏ ମାସରେ ବିଜୁଳି ବିଲ୍ ଆସିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କା । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଖୋଦ୍ ରାଜଧାନୀ ଭୁବନେଶ୍ୱର ନୀଳାଦ୍ରୀବିହାରରେ ଘଟିଛି ଏଭଳି ଘଟଣା । ଜଣେ ବିଦ୍ୟୁତ ଉପଭୋକ୍ତାଙ୍କର ଏପ୍ରିଲ ମାସରେ ଆସିଛି ପ୍ରାୟ ୮ କୋଟି ବିଲ୍ । ଏକ ମାସର ଏତେ ଟଙ୍କାର ବିଲକୁ ନେଇ ଚିନ୍ତାରେ ବିଦ୍ୟୁତ ଉପଭୋକ୍ତ । ପ୍ଲଟ ନମ୍ବର GA-223 ନୀଳାଦ୍ରୀ ବିହାରରେ ଭଡ଼ାଘରେ ରହୁଥିବା ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ଘରୁ ଆସିଛି ଏହି ମୋଟାଅଙ୍କର ବିଲ୍ ।

ସାଧାରଣତଃ ମାସକୁ ୭ ଶହରୁ ୧୫୦୦ ବିଲ୍ ଆସିଥାଏ । ମାର୍ଚ୍ଚ ମାସରେ ଡିଜିଟାଲ ମିଟର ବସାଇଥିବା ବେଳେ, ୬ ହଜାର ବିଲ୍ ଆସିଥିଲା । ଖରାଦିନ ସେଥିପାଇଁ ଅଧିକ ବିଲ୍ ଆସିଥିବା ଭାବିଥିଲେ ଦୁର୍ଗା । ହେଲେ ଏପ୍ରିଲ ମାସର ବିଲ୍ ତାଙ୍କ ହୋସ୍ ଉଡ଼ାଇ ଦେଇଛି ।