ନୂଆ ସରକାରଙ୍କ ପାଇଁ ଅଲୋଡ଼ା ସରକାରୀ ସ୍କୁଲ ଛାତ୍ରଛାତ୍ରୀ !

1 min read

ଗଞ୍ଜାମ: ସରକାର ବଦଳିବା ପରେ ଅଲୋଡା ହୋଇଯାଇଛନ୍ତି ସରକାରୀ ବିଦ୍ଯାଳୟର ଛାତ୍ରଛାତ୍ରୀ । ଶିକ୍ଷା ବର୍ଷ ସରିବାକୁ ବସିଲାଣି ହେଲେ ପିଲାଙ୍କୁ ଏପର୍ଯ୍ଯନ୍ତ ମିଳିପାରିନାନି ୟୁନିଫର୍ମ । ପୂର୍ବ ସରକାର ସମୟରେ ଅଗଷ୍ଟ ମାସରେ ପିଲାଙ୍କୁ ମିଳି ଯାଉଥିଲା ୟୁନିଫର୍ମ । ହେଲେ ବିଜେପି ସରକାର ସ୍କୁଲ ଡ୍ରେସର ରଙ୍ଗ ତ ବଦଳାଇ ଦେଲେ ହେଲେ ଏପର୍ଯ୍ଯନ୍ତ ପିଲାଙ୍କୁ ୟୁନିଫର୍ମ ଦେଇନାହାଁନ୍ତି । ଫଳରେ ପୁରୁଣା ପୋଷାକ ପିନ୍ଧି ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ । ଯଥାଶୀଘ୍ର ପିଲାଙ୍କୁ ୟୁନିଫର୍ମ ଯୋଗାଇଦେବାକୁ ଦାବି କରିଛନ୍ତି ସାନଖେମୁଣ୍ଡି ବିଜେଡି ସଭାପତି ।

ଶିକ୍ଷା ବର୍ଷ ସରିବାକୁ ବସିଲାଣି ହେଲେ ପିଲାଙ୍କୁ ଏପର୍ଯ୍ଯନ୍ତ ମିଳିନି ୟୁନିଫର୍ମ । ପୁରୁଣା ପୋଷାକ ପିନ୍ଧି ସ୍କୁଲ ଆସୁଛନ୍ତି ଛାତ୍ରଛାତ୍ରୀ । ଘରୋଇ ପୋଷାକ ସହ ଛିଣ୍ଡା ପୋଷାକରେ ବିଦ୍ଯାଳୟ ଆସୁଛନ୍ତି ଦେଶର ଭବିଷ୍ଯତ । ନା ବେକରେ ପଡିଛି ପରିଚୟ ପତ୍ର ନା ପାଦରେ ବୁଟ । ପୂର୍ବ ସରକାରଙ୍କ ସମୟରେ ଅଗଷ୍ଟ ମାସରେ ପିଲାଙ୍କୁ ମିଳୁଥିଲା ୟୁନିଫର୍ମ । ହେଲେ ବିଜେପି ସରକାରରେ ଶିକ୍ଷା ବର୍ଷ ଶେଷ ହେବାକୁ ଯାଉଥିଲେ ବି ଡ୍ରେସ ମିଳିପାରିନାହିଁ । ପୋଷାକ ତିଆରି ଦାୟିତ୍ଵ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏମଏସଏମକୁ ଦିଆଯାଇଛି । ହେଲେ ଏପର୍ଯ୍ଯନ୍ତ ପିଲାଙ୍କୁ ୟୁନିଫର୍ମ ମିଳିପାରିନାହିଁ । ନୂଆ ସରକାର ଆସୁ ଆସୁ ୟୁନିଫର୍ମର ରଙ୍ଗ ତ ବଦଳାଇ ଦେଲେ ହେଲେ ପିଲାଙ୍କୁ ପୋଷାକ ଯୋଗାଇବେ କେବେ ? ଏପଟେ ସାନଖେମୁଣ୍ଡି ବ୍ଲକ ମହନଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ କାର୍ଯ୍ୟକାରୀ କମିଟି ସଭାପତି ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ବିଦ୍ୟାଳୟ ଓ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ସିଙ୍ଗଲ ନୋଡାଲ ଆକାଉଣ୍ଟ ଓ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାର ଆକାଉଣ୍ଟରେ ସରକାର ଟଙ୍କା ପଠାଇ ପୁଣି ଶୂନ କରିଦେଇଥିବା କହିଛନ୍ତି ।

ପୂର୍ବ ସରକାରଙ୍କ ସମୟରେ ଶିକ୍ଷାନୁଷ୍ଠାନକୁ 5Tରେ ସାମିଲ କରି ଶିକ୍ଷା ବ୍ଯବସ୍ଥାକୁ ସୁଦୃଢ କରାଯାଇଥିଲା । ପୂର୍ବ ସରକାର ନିଜେ ଛାତ୍ରାଛାତ୍ରୀଙ୍କ ସହ କଥା ହେଉଥିଲେ । ହେଲେ ବର୍ତ୍ତମାନ ସେସବୁ ଗାଏବ ହୋଇଯାଇଛି । ସମସ୍ଯାର ସମାଧାନ ନହେଲେ ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବାସଭବନ ଆଗରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସାନଖେମୁଣ୍ଡି ବିଜୁ ଜନତା ଦଳ ସଭାପତି ।