ଖୋଲୁଛି ପ୍ରିୟଙ୍କା ହତ୍ୟା ରହସ୍ୟ, ସୁଇସାଇଡ୍ ନୋଟରେ ସବୁ ଲେଖିଛି ଅଭିଯୁକ୍ତ

ଭୁବନେଶ୍ୱର/ଚଣ୍ଡିଖୋଲ: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା । ହତ୍ୟାକାଣ୍ଡ ପଛରେ ପ୍ରେମ ସମ୍ପର୍କ ରହିଥିବା ସୂଚନା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥ ପ୍ରଧାନଙ୍କ ମାଆ ସାବିତ୍ରୀ ପ୍ରଧାନ । ମୃତ ମହିଳା ପ୍ରିୟଙ୍କାଙ୍କ ସହ ଜଗନ୍ନାଥର ଥିଲା ପ୍ରେମ ସମ୍ପର୍କ । ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲା ପ୍ରିୟଙ୍କା । ତେବେ ବିବାହ ପରେ ସମ୍ପର୍କ ନଥିଲା । ଗତବର୍ଷ ଲକଡାଉନରୁ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା । ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ଜଗନ୍ନାଥଙ୍କ ସମ୍ପର୍କ ଥିଲା । ତେବେ ଏହି ସମ୍ପର୍କରେ ତିକ୍ତତା ଆସିଥିଲା ।

Accuse Reveals Priyanka Murder Mistry

ଅନ୍ୟପଟେ ନନ୍ଦିଘୋଷ ଟିଭି ହାତରେ ଲାଗିଛି କିଲର୍ ଜଗନାଥ ପ୍ରଧାନର ସୁଇସାଇଡ୍ ନୋଟ୍ । ଯେଉଁଥିରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଓ ପ୍ରିୟଙ୍କାଙ୍କ ସହ ସମ୍ପର୍କର ପୂରା କାହାଣୀ ଲେଖା ହୋଇଛି । କାହିଁକି ସେ ପ୍ରିୟଙ୍କାକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲା, ସେ କଥା ସୁଇସାଇଡ୍ ନୋଟରେ ଲେଖିଛି ଅଭିଯୁକ୍ତ । ସୁଇସାଇଡ୍ ନୋଟରେ ଅଭିଯୁକ୍ତ ନିଜର ଦସ୍ତଖତ ସହ ଗତକାଲିର ତାରିଖ ମଧ୍ୟ ଲେଖିଛି । ଗତକାଲି ଭୀମଟାଙ୍ଗିରେ ଘର ଭିତରୁ ଏହି ଚିଠିକୁ ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ । ସମ୍ପର୍କ ଭାଙ୍ଗି ଦେବା ନିଷ୍ପତ୍ତି ହିଁ ହତ୍ୟାକାଣ୍ଡର ପ୍ରକୃତ କାହାଣୀ ।

Accuse Reveals Priyanka Murder Mistry

ସେପଟେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାକୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୁସ୍ଥ ହେବା ପରେ ପୋଲିସ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ନିଜ ହେପାଜତକୁ ନେଇ ଗିରଫ କରିବା ସହ ପଚରାଉଚରା କରିବ । ସେପଟେ ଆଜି ପ୍ରିୟଙ୍କାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର କୋଲଙ୍କୁ ହସ୍ତାନ୍ତର କରାଯିବ । ଗତକାଲି ପ୍ରିୟାଙ୍କକୁ ବିଭତ୍ସ ହତ୍ୟା କରିବା ପରେ ସ୍ୱାମୀ ରାକେଶକୁ ଭିଡିଓ କଲ କରିଥିଲା ହତ୍ୟାକରୀ । କିନ୍ତୁ ଫୋନ୍ ନଉଠାଇବାରୁ ପ୍ରିୟଙ୍କାଙ୍କ ରକ୍ତ ରଞ୍ଜିତ ଫଟୋ ପଠାଇଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ।

Leave a Reply