ମେଘାଳୟରେ କଂଗ୍ରେସକୁ ବଡ଼ ଝଟକା; କଂଗ୍ରେସର ୧୨ ଜଣ ବିଧାୟକ ସାମିଲ ହେଲେ TMCରେ

1 min read

ନୂଆଦିଲ୍ଲୀ: ମେଘାଳୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ମେଘାଳୟର ମୋଟ ୧୮ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ କଂଗ୍ରେସ ଛାଡିଛନ୍ତି । କଂଗ୍ରେସ ଛାଡିଥିବା ୧୨ ବିଧାୟକ ତୃଣମୂଳ କଂଗ୍ରେସ ଯୋଗ ଦେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ୧୨ ଜଣ ବିଧାୟକଙ୍କ ମଧ୍ୟର ଅଛନ୍ତି ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଂଗମା । ଏଥିସହ ମେଘାଳୟରେ ଟିଏମସି ମୁଖ୍ୟ ବିରୋଧୀ ଦଳ ହୋଇଛି । ତେବେ ଟିଏମସିର ଏପରି କାର୍ଯ୍ୟକୁ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି କି ଆମକୁ ଜଣା ଥିଲା କି ମୁକୁଲ ସାଂଗମା ଟିଏମସିରେ ଯୋଗ ଦେବେ । କାହିଁକି ନା ନିର୍ବାଚନ ସମୟରେ ସେ ତାଙ୍କ ନିକଟବର୍ତ୍ତୀ ଲୋକଙ୍କୁ ଟିକେଟ ପ୍ରଦାନ କରିଥିଲେ ।

ମେଘାଳୟରେ ୧୨ ଜଣ କଂଗ୍ରେସ ନେତା ତୃଣ ମୂଳ କଂଗ୍ରେସରେ ଯୋଗ ଦେବା ପରେ ଅଧିର ରଞ୍ଜନ ଚୌଧୁରୀ କହିଥିଲେ କି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ଆତ୍ମସମର୍ପଣ କରିସାରିଛନ୍ତି । ମୋଦିଙ୍କୁ ଖୁସି କରିବା ପାଇଁ ମମତା ବାନାର୍ଜୀ ଏପରି କରୁଛନ୍ତି ବୋଲି କହିଛନ୍ତି ଅଧିର ରଞ୍ଜନ ଚୌଧୁରୀ । ୬ ସେପ୍ଟେମ୍ବରରେ ଯେତେବେଳେ ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ED ଅଫିସ ଡକାଯାଇଥିଲା । ଏହା ପରଠାରୁ ହିଁ ମମତା ବାନାର୍ଜୀ ଏହି ସବୁ ଆରମ୍ଭ କରିଦେଇଛନ୍ତି ।

ସେ ଆହୁରି କହିଛନ୍ତି କି ମୁଁ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରୁଛି, ଯଦି ତାଙ୍କର କିଛି ନୈତିକତା ଥାଏ ତେବେ ଏହି ସବୁ ବିଧାୟକଙ୍କୁ ପ୍ରଥମେ ଟିଏମସି ନାମରେ ନିର୍ବାଚନ ଲଢ଼ନ୍ତୁ ଏବଂ ଜିତି ଗଲା ପରେ ତାଙ୍କୁ ଦଳରେ ସାମିଲ କରାନ୍ତୁ । କେବଳ ମମତା ବାନାର୍ଜୀଙ୍କୁ ନୁହେଁ ରାଜନୀତି ରଣନୀତି କାର ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଛାଡି ନଥିଲେ ଅଧିର ରଞ୍ଜନ ଚୌଧୁରୀ । ମୁଁ ଆଗରୁ ଜାଣିଛି କି ଏହି ସବୁ ପ୍ରଶାନ୍ତ କିଶୋର ଓ ଟିଏମସି ନେତା ଲୁଇଜିହ୍ନେ ଫଲେରୋ ଏହି ସବୁ କରିଛନ୍ତି ବୋଲି ଅଧୀର ଚୌଧୁରୀ କହିଛନ୍ତି । ପ୍ରଶାନ୍ତ କିଶୋର ହେଉଛନ୍ତି ଜଣେ ବ୍ୟବସାୟୀ, ତାଙ୍କର କୌଣିସି ପାର୍ଟି ନାହିଁ । ଯେଉଁଠାରୁ ଟଙ୍କା ମିଳିବ ସେ ସେଠାରେ କାମ କରିବେ । ତେବେ ଏହି ଷଡଯନ୍ତ୍ର କେବଳ ମେଘାଳୟ ପାଇଁ ନୁହେଁ, ଏହା ପୂରା ପୂର୍ବତରର ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଏହି ଷଡଯନ୍ତ୍ର ଜାରି ରହିଛି ।

Leave a Reply