ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଷ୍ୟରେ ବାପାମା’ଙ୍କ ଦାବିପତ୍ର

ଭୁବନେଶ୍ୱର: ବାପା ମାଆଙ୍କ କୋହଭରା ଆଖି । ମନରୁ ଲିଭୁନି ପୁଅର ମୁହଁ । ପୁଅକୁ ନ୍ୟାୟ ଦେବାକୁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି ଆଦିତ୍ୟଙ୍କ ବାପା ମାଆ ।ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ତେଣୁ ଆଜି ଆଦିତ୍ୟଙ୍କ ବାପା ମା’ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଦିତ୍ୟ ଦାଶ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହାକୁ ବୌଦ୍ଧର କିଛି ଜନସାଧାରଣ ସମର୍ଥନ ମଧ୍ୟ କରିଛନ୍ତି ।

କେବଳ ସେତି ନୁହେଁ ଆଦିତ୍ୟଙ୍କୁ ନ୍ୟାୟ ଦାବିରେ ସମର୍ଥକମାନେ ଶୋଭାଯାତ୍ରାରେ ଆସି ନାରାବାଜି ମଧ୍ୟ କରିଛନ୍ତି  । ପୂର୍ବରୁ ଆଦିତ୍ୟଙ୍କ ବାପା ମା’ ହାଇକୋର୍ଟରେ ସିବିଆଇ ତଦନ୍ତ ଦାବି କରି ଆବେଦନ କରିସାରିଛନ୍ତି  । କ୍ରାଇମବ୍ରାଞ୍ଚ ପୂର୍ବରୁ ଆଦିତ୍ୟଙ୍କ ପୂର୍ବତନ ବାନ୍ଧିବୀ ଚିନ୍ମୟୀ ମହାପାତ୍ରଙ୍କୁ ଜେରା କରିଥିଲା  ।

Leave a Reply