ସଂକ୍ରମିତ ହେବାପରେ ଝରକା ପାଖରେ ବସି ଏମିତି ବିବାହ କଲେ ଯୁବତୀ, ଭାଇରାଲ ହେଲା ଫଟୋ

1 min read

ନୂଆଦିଲ୍ଲୀ: ପୂରା ବିଶ୍ୱରେ ଏବେ ପର୍ଯ୍ୟନ୍ତ ୬ କୋଟି ୬୨ଲକ୍ଷ  କରୋନା ଆକ୍ରାନ୍ତ ହୋଇଛନ୍ତି । ଏବଂ ପ୍ରାୟ ୧୫ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ଏବଂ କରୋନା ଭାଇରସକୁ ରୋକିବା ପାଇଁ ଯଥା ସମ୍ଭବ ପ୍ରୟାସ ଚାଲିଛି । ଏବଂ ପରସ୍ପରଙ୍କ ଭିତରେ ସାମାଜିକ ଦୂରତା ରଖିବାକୁ ମଧ୍ୟ ନିବେଦନ କରାଯାଉଛି । ଏହି ମଧ୍ୟରେ ଜଣେ ଯୁବତୀ ବିବାହ କରିବାକୁ ଯଉଥିବା ବେଳେ କରୋନା ଆକ୍ରାନ୍ତ ହୋଇଛନ୍ତି । ଏବଂ ବିବାହ ସମୟର କିଛି ନିଆଁରା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଇଛି  ଯେ, ଯୁବତୀ ଜଣଙ୍କ ବିବାହ ପୋଷାକରେ ଝରକା ପାଖରେ ବସିଛନ୍ତି ଏବଂ ତାଙ୍କ ବର ତଳେ ଛିଡ଼ା ହୋଇ ତାଙ୍କ ସହ ବିବାହ କରିଛନ୍ତି ।

ବିବାହ ପୂର୍ବରୁ ଯୁବତୀ ହୋଇଥିଲେ କରୋନା ସଂକ୍ରମିତ

କାଲିଫର୍ନିଆ ବାସିନ୍ଦା ପାଟ୍ରିକ୍ ଡେଲଗାଡୋ ଏବଂ ଲରେନ୍ ଜିମେନେଜ୍ ନଭେମ୍ବର ଶେଷରେ ବିବାହ କରିବାକୁ ଯାଉଥିଲେ । ଏହି ସମୟରେ ବିବାହର ତିନି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା ଏବଂ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। ତଥାପି ସେମାନେ ପରସ୍ପରଠୁ ଅଲଗା ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ନିଆଁରା ଢଙ୍ଗରେ ବିବାହ

ବିବାହ ଶେଷରେ ଦୁଇଜଣ ଗୋଟିଏ ରିବନକୁ ଧରି ବିବାହର ସମସ୍ତ ରୀତିନୀତି ସମ୍ପୂର୍ଣ୍ଣ କରିଥିଲେ । ଏହାକୁ ନେଇ ଦମ୍ପତି କହିଛନ୍ତି ଯେ, ସେମାନେ  ରିବନ ଧରିବାର କାରଣ ସେମାନେ ଅନୁଭବ କରିବାକୁ ଚାହୁଁଛନ୍ତି ଯେ ସେମାନେ ପରସ୍ପରର ହାତ ଧରିଛନ୍ତି । ବିବାହ ସମାରୋହ ଫଟୋରେ କନ୍ୟା ନିଜ ଘରର ପ୍ରଥମ ମହଲାରେ ଥିବା ଝରକା ଉପରେ ବସିଛନ୍ତି । ବର ସେହି ଝରକା ତଳେ ଛିଡ଼ା ହୋଇ ବିବାହର ସମସ୍ତ ରୀତିନୀତି ପୂରଣ କରିଛନ୍ତି ।

ବିବାହର ତାରିଖ ତିନିଥର ଘୁଞ୍ଚା ଯାଇଥିଲା

ଲରେନଙ୍କ ଅନୁଯାୟୀ, ଯେତେବେଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ​​ସେତେବେଳେ ସେ ଅତ୍ୟନ୍ତ ଦୁଃଖିତ ଥିଲେ, କିନ୍ତୁ ସେ ତାଙ୍କ ସାଥୀଙ୍କ ସମର୍ଥନ ପାଇଥିଲେ । ସେ କହିଛନ୍ତି ଯେ, କରୋନା ମହାମାରୀ ହେତୁ ସେ ତାଙ୍କ ବିବାହ ତାରିଖକୁ ତିନିଥର ବଦଳାଇ ସାରିଥିଲେ । ତେଣୁ ଏଥର ସେମାନେ ନିଆଁରା ଢଙ୍ଗରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

୨୦୨୦ର ନିଆଁରା ବିବାହ

ଏହି ବିବାହର ସୁଟିଂ କରୁଥିବା ବିବାହ ଫଟୋଗ୍ରାଫର ଜେସିକା ଜ୍ୟାକସନ କହିଛନ୍ତି ଯେ, ଯାହା କିଛି ଖରାପ ହେବାର ଥିଲା ତାହା ହୋଇସାରିଥିଲା । କାରଣ ସେମାନେ ବିବାହ ଫଟୋ ପାଇଁ ଯାହା ବି କିଛି ଯୋଜନା କରିଥିଲେ ସେ ସମସ୍ତ ଯୋଜନା ଫେଲ ହୋଇଯାଇଥିଲା । ୨୦୨୦ର ଏହା ହେଉଛି ସର୍ବୋତ୍ତମ ବିବାହ ଯାହା ସେ COVID-19 ସମୟରେ ଶୁଟ୍ କରିଛନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହି ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି ।  ଏହାକୁ ଦେଖି ଅନେକ ସେମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Leave a Reply