GST ହଟିବ ମାତ୍ର ଶସ୍ତା ହେବନି ବୀମା, ୫% ହୋଇପାରେ ମହଙ୍ଗା !
1 min read
ନିକଟରେ ଜିଏସଟି କାଉନସିଲରେ ସ୍ବାସ୍ଥ୍ୟ ବୀମା ଉପରୁ ୧୮ ପ୍ରତିଶତ ଟ୍ୟାକ୍ସ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର କୋଟକର ଏକ ରିପୋର୍ଟ ମୁତାବକ, ଏହାଦ୍ବାରା ପଲିସୀ ଧାରୀଙ୍କୁ ଶସ୍ତା ପ୍ରିମିୟମର ଲାଭ ମିଳିବନି । ଇନପୁଟ ଟ୍ୟାକ୍ସ କ୍ରେଡିଟ ନ ମିଳିବା ଫଳରେ ବୀମା କମ୍ପାନୀମାନେ ପ୍ରିମିୟମ ଦରରେ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ହେଲଥ ଇନସ୍ୟୁରାନ୍ସ ଓ ଲାଇଫ୍ ଇନସ୍ୟୁରାନ୍ସ ଉପରେ କୌଣସି ଜିଏସଟି ଲାଗିବନି ବୋଲି କୁହାଯାଇଥିଲା । ତେଣୁ ଏହାଦ୍ବାରା ବୀମା ପଲିସୀ ନେବା ଶସ୍ତା ହୋଇଯିବ ବୋଲି ସାଧାରଣରେ ଧାରଣା ହୋଇଥିଲା । ୧୮ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବନି ବୋଲି ସମସ୍ତେ ଭାବି ନେଇଥିଲେ । ମାତ୍ର ଏହା ମଧ୍ୟରେ ଆସିଥିବା ରିପୋର୍ଟ ଏବେ ପୁଣି ଥରେ ପଲିସୀ ଧାରୀଙ୍କ ଚିନ୍ତା ବଢ଼ାଇ ଦେଇଛି । ହେଲଥ ଇନସ୍ୟୁରାନ୍ସ ଉପରୁ ଜିଏସଟି ହଟିବା ପରେ ଗ୍ରାହକଙ୍କୁ ଫାଇଦା ବଦଳରେ ପ୍ରିମିୟମରେ ୩-୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ।