ପୁଣି ଜଣେ ଋଷୀୟ ନାଗରିକଙ୍କର ସନ୍ଦେହଜନକ ମୃତ୍ୟୁ

1 min read

ପାରାଦୀପ : ପୁଣି ଜଣେ ଋଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ । ପାରାଦୀପ -ବନ୍ଦରାଞ୍ଚଳରେ ଘଟିଛି ଏଭଳି ଅଘଟଣ । ଏମ୍ .ଭି. ଅଲଦାନା ନାମକ ଜାହାଜର ଚିଫ୍ ଇଞ୍ଜିନିୟର ମିଲ୍ ଯାକୁବ ସର୍ଜଇଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଜାହାଜଟି ଅଙ୍କରେଜରେ ଥିବା ବେଳେ ଏହି ଅଘଟଣ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ହୃଦଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତକାଲି ସନ୍ଧ୍ୟାରେ ଏହି ଜାହାଜ ଆଙ୍କରେଜରେ ଲାଗିଥିଲା । ଆଜି ଜେଏସଡବ୍ଲ୍ୟ ବର୍ଥରୁ ଆଇରନ ଓର ନେବାର ଥିଲା । ମାତ୍ର ଭୋର ୪ଟା ୧୫ ସମୟରେ ଜାହାଜର ଚିଫ୍ ଇଞ୍ଜିନିୟର ଗୁରୁତର ଥିବା ନେଇ ବନ୍ଦରକୁ ମେସେଜ ଦିଆଯାଇଥିଲା। ବନ୍ଦର ପକ୍ଷରୁ ଡକ୍ ବୋଟ୍ ସହାୟତାରେ ଏକ ଡାକ୍ତରୀ ଟିମକୁ ଜାହାଜ ନିକଟକୁ ପଠାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବନ୍ଦର ପକ୍ଷରୁ ପାରାଦୀପ ଥାନାରେ ଏତଲା ଦିଆଯିବା ପରେ ଜାହାଜରୁ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ଋଷୀୟା ଦୂତାବାସ ସହିତ ମଧ୍ୟ ଯୋଗାଯୋଗ କରାଯାଉଛି।