ଅଗ୍ନିବୀରଙ୍କୁ ପୁଣି ଅଫର, ମହିଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି

1 min read

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ପୁଣି ଅଫର ବର୍ଷା । ମହିଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିଦ୍ରା ଅଗ୍ନିବୀରଙ୍କୁ ବଡ଼ ଅଫର ଘୋଷଣା କରିଛନ୍ତି । ସେ ଅଗ୍ନିବୀରଙ୍କୁ ମହିଦ୍ରା ଗ୍ରୁପରେ ଚାକିରି ଦେବାପାଇଁ ଘୋଷଣା କରିଛନ୍ତି ।  ସେନାରୁ ଅବସର ନେଲାପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପରେ କାମ କରିବାର ସୁଯୋଗ ମିଳିବ । ଯେଉଁମାନେ ସେନାରେ ଶୃଙ୍ଖଳିତ ଏବଂ କୁଶଳୀ ଥିବେ ସେମାନଙ୍କୁ ନିଯୁକ୍ତି ମିଳିବ ବୋଲି କହିଛି ମହିଦ୍ରା ଗ୍ରୁପ୍ ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, କେନ୍ଦ୍ରସରକାରଙ୍କ ଏହି ଯୋଜନାକୁ ନେଇ ସାରା ଦେଶରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା ବେଳେ ମହିଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିଦ୍ରା ଏପରି ଟ୍ବିଟ୍ କରିଛନ୍ତି । ଏହି ଯୋଜନାକୁ  ବିରୋଧ କରାଯାଉଥିବାରୁ ଦୁଃଖ ପ୍ରକାଶ ବି କରିଛନ୍ତି ।

ଏହି ଯୋଜନା ଅଧିନରେ ତାଲିମପ୍ରାପ୍ତ ଯୁବକଙ୍କୁ ନିଯୁକ୍ତି ଦେବାକୁ ସେ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେତେବେଳେ ଏହି ଯୋଜନା ବିଷୟରେ ସୂଚନା ଆସିଲା ସେତେବେଳେ ଏହାକୁ ନେଇ ନୂଆ ଆଶା ଏବଂ ସମ୍ଭାବନା ସୃଷ୍ଟି ହୋଇଥିଲା । ଏହି ଯୋଜନା ଅଧିନରେ ସେନାରେ ଟ୍ରେନିଂ ପାଇଥିବା ଯବାନଙ୍କୁ ତାଙ୍କ ଅନୁଶାସନ ଏବଂ ଦକ୍ଷତା ହିଁ ତାଙ୍କୁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି କହିଛନ୍ତି । ମୁଁ ଏପରି ତାଲିମପ୍ରାପ୍ତ ଏବଂ ଦକ୍ଷ ଯୁବକଙ୍କୁ ସ୍ବାଗତ କରୁଛି ବୋଲି କହିଛନ୍ତି ଆନନ୍ଦ ।

ସେନାରୁ ଅବସର ନେଲାପରେ ଅଗ୍ନିବୀରଙ୍କୁ ମହିଦ୍ରା ଗ୍ରୁପର ଆଡମିନିଷ୍ଟ୍ରେସନ, ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମିଳିବ । ଏହି ଯୋଜନାକୁ ନେଇ ବିଭିନ୍ନ ଯାଗାରେ ବିରୋଧ ପ୍ରଦର୍ଶନ ପରେ ବିଭିନ୍ନ ଆଡୁ ଅଫରର ବର୍ଷା ହେଉଛି । ପୂର୍ବରୁ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଥିଲେ । ବାରମ୍ବାର ବିବାଦ ପରେ ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର । ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିଛନ୍ତି କେନ୍ଦ୍ର ସରକାର । ସିଏପିଏଫ୍ ଓ ଆସାମ୍ ରାଇଫଲରେ ୧୦ ପ୍ରତିଶତ ସଂରକ୍ଷଣ ରହିବ ବୋଲି ଘୋଷଣା କରାଯାଇଥିଲା ।