ଶରଧାବାଲିରେ ଦେଶର କଳାସଂସ୍କୃତିର ଝଲକ ; ଭଳିକି ଭଳି କୃଷିଭିତ୍ତିକ ପ୍ରଦର୍ଶନୀ

ପୁରୀ :  ଶରାଧାବାଲିରେ ଦେଶର କଳାସଂସ୍କୃତିର ଝଲକ । କୃଷି ଓ ହସ୍ତତନ୍ତ ସମ୍ବଦ୍ଧୀୟ ଭଳିକି ଭଳି ଉତ୍ପାଦ । ପୁରୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆରମ୍ଭ ହୋଇଛି ଏକବିଂଶତମ ଲୋକମେଳା ଓ ଫୋକ୍‌ ଫେୟାର । ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ନାଗାଲାଣ୍ଡ ରାଜ୍ୟପାଳ ଲା. ଗଣେଶନ୍ । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉଦଘାଟନୀ ସନ୍ଧ୍ୟାରେ ଆକର୍ଷଣ ସାଜିଥିଲା ତାମିଲନାଡୁ, ଗୁଜରାଟ, ପଞ୍ଜାବ, କେରଳ, ରାଜସ୍ଥାନ ଓ ନାଗାଲାଣ୍ଡର ଲୋକନୃତ୍ୟ ।

ଲୋକ ମେଳା ସହିତ ଆୟୋଜିତ ହୋଇଛି ୧୪ତମ ଜାତୀୟ କୃଷି ମେଳା । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର କୃଷିଭିତ୍ତିକ ପ୍ରଦର୍ଶନୀ କରାଯାଉଛି । ମେଳାରେ୧୦୦ରୁ ଅଧିକ ଷ୍ଟଲ୍ ପଡ଼ିଛି । ପ୍ରଦର୍ଶନୀରେ କୃଷି, ହସ୍ତତନ୍ତ, ମତ୍ସ୍ୟ ସମ୍ପଦ, ପଶୁ ସମ୍ପଦ, ମୂର୍ତ୍ତିକା ସଂରକ୍ଷଣ ଓ ଉଦ୍ୟାନ ସମ୍ପର୍କିତ ବିଭିନ୍ନ ବିଭାଗର ଷ୍ଟଲ ସାମିଲ ହୋଇଛନ୍ତି । ଲୋକ ମେଳାର ୨୧ ବର୍ଷ ପୂର୍ତ୍ତି ଅବସରରେ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କୁ ଶ୍ରୀକ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଦେଶର ୨୨ଟି ରାଜ୍ୟରୁ ପାଖାପାଖି ୪୦୦ କଳାକାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଏହି ଲୋକ ମେଳା ଓ କୃଷି ମେଳା ଜାରି ରହିବା କାର୍ଯ୍ୟକ୍ରମ ରହିଛି ।