spot_img

Latest Posts

ସ୍ତ୍ରୀର ଚିତାଭସ୍ମ ବିସର୍ଜନ କରିବାକୁ ଆସିଥିଲେ, ବିମାନ ଦୁର୍ଘଟଣାରେ ଚାଲିଗଲା ଜୀବନ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଲେ। ଏହି ଦୁର୍ଘଟଣାରେ ଆମରେଲିର ଭାଡିଆର ବାସିନ୍ଦା ଭାରତୀୟ ବଂଶୋଦ୍ଭବ ଅର୍ଜୁନଭାଇ ପଟୋଲିଆଙ୍କ ମୃତ୍ୟୁ ହୋଇଥିଲା। ସେ ତାଙ୍କ ପତ୍ନୀଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ଭାରତ ଆସିଥିଲେ, କିନ୍ତୁ ଏହି ଦୁର୍ଘଟଣାରେ ଅର୍ଜୁନଙ୍କ ଜୀବନ ଚାଲିଗଲା।

ପ୍ରକୃତରେ ଅର୍ଜୁନଙ୍କ ପତ୍ନୀ ଭାରତୀଙ୍କର ସାତ ଦିନ ପୂର୍ବରୁ ଲଣ୍ଡନରେ ମୃତ୍ୟୁ ହୋଇଥିଲା। ଭାରତୀବେନଙ୍କ ମୃତ୍ୟୁ ପୂର୍ବରୁ, ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଚିତାଭସ୍ମ ତାଙ୍କ ମାତୃଭୂମିକୁ ଫେରାଇ ନେବାକୁ କହିଥିଲେ। ୩୬ ବର୍ଷୀୟ ଅର୍ଜୁନ ମନୁଭାଇ ପଟୋଲିଆ ତାଙ୍କ ପତ୍ନୀଙ୍କ ଚିତାଭସ୍ମ ନର୍ମଦାରେ ବିସର୍ଜନ କରିବା ପାଇଁ ଆମରେଲି ଜିଲ୍ଲାର ଭାଡିଆ ଗ୍ରାମକୁ ଫେରି ଆସିଥିଲେ।

ଅର୍ଜୁନ ତାଙ୍କ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ପାଇଁ ଗୁଜରାଟ ଆସିଥିଲେ  । ଫେରିବା ସମୟରେଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ପ୍ରାଣ ହରାଇଲେ। ତାଙ୍କର ଦୁଇ ଝିଅ ଘରେ ଅପେକ୍ଷା କରିଥିଲେ । ଜଣଙ୍କର ବୟସ ୮ ବର୍ଷ ଓ ଅନ୍ୟଜଣଙ୍କର ବୟସ ୪ ବର୍ଷ ।

ଏୟାର ଇଣ୍ଡିଆ ବିମାନରେ ୨୪୨ ଜଣ ଯାତ୍ରା କରୁଥିଲେ, ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଅହମ୍ମଦାବାଦରେ ପହଞ୍ଚିଥିଲେ। ସେ ଏଠାରେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ଏବଂ ତା’ପରେ ହସ୍ପିଟାଲ ଯାଇଥିଲେ।

Latest Posts

Don't Miss