ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲା ଚା’ ଦୋକାନୀର ପୁଅ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ଅନେକ ଲୋକଙ୍କ ଜୀବନ ଯାଇଛି । ଖାଲି ସେତିକି ନୁହେଁ ବହୁ ଲୋକଙ୍କ ସଂସାର ଉଜୁଡି ଯାଇଛି । ଏହାରି ମଧ୍ୟରେ ଏକ ଜଣେ ୧୪ ବର୍ଷର ପୁଅର ଜୀବନ ଯାଇଛି । ଯିଏ ନିଜ ମା’ ସହ ଚା’ ଦୋକାନରେ ଶୋଇଥିଲା । ସେ ବିଜେ ମେଡିକାଲ ପରିସରରେ ଛୋଟ ଚା’ ଦୋକାନରେ ମା’କୁ ସହଯୋଗ କରୁଥିଲା । ବିମାନ ଦୁର୍ଘଟଣାରେ ତାର ଦୋକାନ ଜଳିଯାଇଛି । ପୁଅ ଜଳିଯାଉଥିବାର ଦେଖି ମା’ ସୀତାବେନ ପୁଅକୁ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ଜଳିଗଲେ ।  ସେ ଏବେ ମଡିକାଲ ଆଇସିୟୁରେ ଅଛନ୍ତି । ପୁଅ ମୃତ୍ୟୁ ଖବର ତାଙ୍କ ହୃଦୟକୁ ଭାଙ୍ଗି ଦେଇଛି ।

ସୀତାବେନ କହିଛନ୍ତି, ସେ ବିମାନକୁ ଦେଖିନାହାନ୍ତି । ବହୁ ଜୋରରେ ବିସ୍ଫୋରଣ ହେବା ଦେଖିଛନ୍ତି । ଚାରିଆଡେ ଧୂଆଁ ଧୂଆଁ ହୋଇଗଲା । କିଛି ଦେଖାଯାଉନଥିଲା । ମୋ ପୁଅ ଦେକାନରେ ଶୋଇଥିଲା । ସେ ବି ଦୁନିଆ ଛାଡି ଚାଲିଗଲା । ଆକାଶର ବାପା ସୁରେଶ କୁମାର ସେହି ସମୟରେ ଘରେ ଥିଲେ । ସେ କହିଛନ୍ତି ଖାଇବା ଦେବା ପାଇଁ ସେ ଦୋକାନକୁ ଯାଇଥିଲା । ମା’କୁ ଖାଇବା ଦେବା ପରେ ସେଠାରେ ଶୋଇପଡିଲା । ମୋର ପତ୍ନୀ ବହୁ ଚେଷ୍ଟା କରିବା ପରେ ମଧ୍ୟ ପୁଅକୁ ବଞ୍ଚାଇପାରିଲା ନାହିଁ । ତା’ର ମୃତ ଶରୀର ଏବେ ହସ୍ପିଟାଲରେ ଅଛି ।

ଏହି ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୨୪୧ ଜଣ ଯାତ୍ରୀ ଥିଲେ। କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି, ଯିଏ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ। ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।