କେବେ ନିୟମିତ ହେବ ରାଉରକେଲା ବିମାନ ବନ୍ଦର, ଯାତାୟାତ ଅସୁବିଧା ଯୋଗୁଁ ତେଜୁଛି ଅସନ୍ତୋଷ
1 min read
ରାଉରକେଲା : ବାରମ୍ବାର ଦାବି ସତ୍ତ୍ବେ ଫଳ ଶୂନ । ରାତି କିମ୍ବା ପାଗ ଖରାପ ହେଲେ ବନ୍ଦ ହେଉଛି ସେବା । ତେଜୁଛି ଅସନ୍ତୋଷ । ରାଉରକେଲା ବିମାନ ବନ୍ଦରର ବିକାଶ ଓ ସଂପ୍ରସାରଣ ପାଇଁ ବାହାରୁନି ବାଟ । ନିୟମିତ ସେବା ମିଳୁ ନଥିବାରୁ ଅସୁବିଧା ଭୋଗୁଛନ୍ତି ଯାତ୍ରୀ । ପ୍ରତିବାଦ କଲେ ପ୍ରତିଶ୍ରୁତି ମିଳୁଛି, ହେଲେ ପରବର୍ତ୍ତୀ ସମୟରେ ଏହାକୁ ଅଣଦେଖା କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।
ସମସ୍ୟାର ସମାଧାନ ପାଇଁ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ଶ୍ରମିକ ସଂଗଠନ ଓ ଗଣ ସଂଗଠନ ପକ୍ଷରୁ ଆନ୍ଦୋଳନ ହୋଇଛି । ବିମାନ ବନ୍ଦରର ମାଲିକାନା ସେଲ ଠାରୁ ଏୟାରପୋର୍ଟ ଅଥରିଟିକୁ ଦେବା, ଜରୁରୀ ଆବଶ୍ଯକତା ପୂରଣ କରିବା, 4C ଲାଇସେନ୍ସ ପାଇଁ ଦାବି ହୋଇଛି । ତେବେ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ନହେବା ପର୍ଯ୍ୟନ୍ତ ବିମାନ ବନ୍ଦରର ସଂପ୍ରସାରଣ ହୋଇ ପାରିବ ନାହିଁ ବୋଲି ଉତ୍ତରାଞ୍ଚଳ ଆରଡିସି କହିଛନ୍ତି । ମାଷ୍ଟର ପ୍ଲାନ୍ ରିପୋର୍ଟରେ ତୃଟି ରହିଥିବାରୁ ଆଉ ଥରେ ରିପୋର୍ଟ କରି ଜମି ଅଧିଗ୍ରହଣ କରାଯିବ ବୋଲି କହିଛନ୍ତି ରଘୁନାଥପାଲ୍ଲୀ ବିଧାୟକ । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ବିଭିନ୍ନ ସଂଗଠନ ।