ଅକ୍ଷୟ କୁମାର ପିନ୍ଧିଲେ ‘ସମାନତାର ଟିକିଲି’, ଇନଷ୍ଟା ପୋଷ୍ଟରେ ଲୋକଙ୍କୁ ଏମିତି କଲେ ଅପିଲ

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀର ଘୋଷଣା ପରଠାରୁ ହିଁ ଏହା ଖୁବ ଚର୍ଚ୍ଚାରେ ସାଉଣ୍ଟୁଛି । ଫିଲ୍ମରେ ଅକ୍ଷୟ କୁମାର ଲିଡ ରୋଲରେ ଥିବା ବେଳେ କିୟାରା ଆଡଭାନୀ ଫିମେସ ଲିଡରେ ନଜର ଆସିବେ । ଫିଲ୍ମ ରିଲିଜ ହେବାକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ଅକ୍ଷମ ଫିଲ୍ମର ପ୍ରମୋଶନରେ ଲାଗିପଡ଼ିଛନ୍ତି ।

ନିକଟରେ ସେ ଫିଲ୍ମର ପ୍ରମୋଶନକୁ ଆଗକୁ ବଢ଼ାଇ ଏକ ଇନଷ୍ଟା ଫିଲଟର ଲଞ୍ଚ କରିଛନ୍ତି । ଏହି ଫିଲଟର ଜରିଆରେ ଆପଣ ନିଜ ଫଟୋ ଉପରେ ଏକ ଲାଲ ଟିକିଲି ଲଗାଇପାରିବେ । ଅକ୍ଷୟ କୁମାର ନିଜର ଏକ ଫଟୋ ସେୟାର କରି ଏହି ଫିଲଟର ବିଷୟରେ ସୂଚନା ଦେଇଥିଲେ ।

ଅକ୍ଷୟ କୁମାର ନିଜର ଏକ ବ୍ଲାକ ଏଣ୍ଡ ହ୍ୱାଇଟ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମଥାରେ ଏକ ବଡ଼ ଲାଲା ଟିକିଲି ଲାଗିଛି । ଫଟୋଟି ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଛନ୍ତି ଯେ, ‘ଭଲପାଇବା ଓ ସମାନତାର ଲାଲ ଟିକିଲି ମୁଁ ପିନ୍ଧି ସାରିଛି । ତୃତୀୟ ଲିଙ୍ଗ ପାଇଁ ଭଲପାଇବା ଏବଂ ସମାନତାର ପ୍ରତୀକ ଭାବରେ ‘ ଏବେ ଆପଣଙ୍କ ପାଳି’ ଫିଲଟର ବ୍ୟବହାର କରି ଏମିତି କରିବାକୁ ମୁଁ ଅପିଲ କରୁଛି ।’

ଅକ୍ଷୟ କୁମାର ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଫିଲଟରର ଲିଙ୍କ ବାୟୋରେ ଦିଆଯାଇଛି, ଯାହାକୁ ଲୋକମାନେ ବ୍ୟବହାର କରିପାରିବେ । ଅକ୍ଷୟଙ୍କ ଏହି ଫଟୋ ସେୟାର ହେବାର କିଛି ସମୟ ମଧ୍ୟରେ ୧୬ ଲକ୍ଷରୁ ଅଧିକ ୟୁଜର୍ସ ଏହାକୁ ଲାଇକ ଓ ସେୟାର କରିଥିଲେ ।

Leave a Reply