ଏହି ଆପ୍‌ଗୁଡ଼ିକୁ ତୁରନ୍ତ ଅନ୍-‌ଇନ୍‌ଷ୍ଟଲ କରନ୍ତୁ, ନଚେତ୍‌ ଖାଲି ହୋଇଯିବ ଆକାଉଣ୍ଟ

1 min read
Google Play Store

ନୂଆଦିଲ୍ଲୀ: ଆମେ ସମସ୍ତେ ଏବେ ପ୍ରାୟ ଅନଲାଇନ ଠକେଇ ବିଷୟରେ ଜାଣିଥିବା । କେତେବେଳେ କାହାର ଫୋନ୍‌ ହ୍ୟାକ୍‌ ହେଉଛି ତ କେତେବେଳେ କାହାର ବ୍ୟଙ୍କ୍‌ ଆକାଉଣ୍ଟ ହ୍ୟାକ୍‌ ହେଉଛି । ଏହିଭଳି ମାମଲା ପ୍ରାୟତଃ ଆଣ୍ଡ୍ରଏଡ୍ ୟୁଜର୍ସ ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ତେବେ ଗୁଗୁଲ୍ ପ୍ଲେ ଷ୍ଟୋର ସୁରକ୍ଷା ଦୃଷ୍ଟିରୁ ଅନେକ ପଦକ୍ଷେପ ନେଇଛି ସତ ହେଲେ ଏହାବାଦ୍‌ ଏମିତି କିଛି ଆପ୍‌ସ ରହିଛି ଯାହାକି ଗୁଗୁଲର ସୁରକ୍ଷା କବଚ୍ଚକୁ ଭେଦ କରି ମୋବାଇଲ ଭିତରେ ପଶିଯାଉଛି । ଆଉ ମୋବାଇଲରୁ ଡାଟା ଚୋରି କରିବାରେ ସଫଳ ହେଉଛି । ନିକଟ ଅତୀତରେ ଗୁଗୁଲ ପ୍ଲେଷ୍ଟୋର ଏଭଳି ଅନେକ ଆପ୍‌ସକୁ ହଟାଇଦେଇଛି । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ଏଭଳି ଆପ୍‌ ଆଣ୍ଡରଏଡ୍‌ରେ ଫାଇନାନ୍‌ସିଆଲ ଟ୍ରୋଜେନ୍‌ ଜରିଆରେ ପ୍ରବେଶ କରୁଛି । ଏହି ଆପ୍‌ ଳଗୁଡ଼ିକ ୟୁଜର୍ସମାନଙ୍କ ବ୍ୟାଙ୍କିଂ ସିକ୍ୟୁରିଟିକୁ ଦୁର୍ବଳ ମଧ୍ୟ କରୁଥିଲା ।  ଏହି ଆପ୍‌ଗୁଡ଼ିକ ସେହିମାନଙ୍କ ପାଇଁ ଅଧିକ କ୍ଷତିକାରକ ଯେଉଁମାନଙ୍କର ମୋବାଇଲରେ ବ୍ୟାଙ୍କିଂ ଆପ୍‌ଲିକେସନ୍‌ଗୁଡ଼ିକ ଇନ୍‌ଷ୍ଟଲ ରହିଛି ।

ଚେକ୍‌ ପଏଣ୍ଡ ରିସର୍ଚ୍ଚ (CPR) ଦ୍ୱାରା ଜାରି କରାଯାଇଥିବା ଏକ ପୋଷ୍ଟରୁ ଏନେଇ ସୂଚନା ମିଳିଛି । ସିପିଆର୍‌ ପକ୍ଷରୁ କୁହାଯାଇଛି ଯେ, କ୍ଲାସ୍‌ ୮୨ ଓ ଏଲିୟନ୍‌ ବୋଟ୍‌ ବ୍ୟାଙ୍କର ନାଁରେ ଦୁଇଟି ପ୍ରୋଗ୍ରାମ୍‌ ରହିଛି, ଯାହା ଦ୍ୱାରା ୮ଟି ହ୍ୟାକିଂ ଆପ୍‌ ସକ୍ରିୟ ହୋଇଥାଏ ବା ପରିଚାଳିତ ହୋଇଥାଏ । ଯାହାକି ୟୁଜର୍ସଙ୍କ ଆଣ୍ଡରଏଡ୍‌ରେ ଥିବା ବ୍ୟାଙ୍କିଂ ଆପ୍‌ର ସିକ୍ୟୁରିଟିକୁ ଦୁର୍ବଳ କରିଥାଏ ପରେ ସେହି ଆପ୍‌ ଦ୍ୱାରା ଟଙ୍କା ଚୋରି କରିବାର କାମ କରିଥାଏ ।

ପୋଷ୍ଟରେ ଆହୁରି ଲେଖାଯାଇଛି ଯେ, ଏହି ଆପ୍‌ ଗୁଡ଼ିକ ଡ୍ରପର ସହିତ ଆସୁଥିଲା । ଯିଏ କି ଏଲିୟନ୍‌ ବୋଟ ଏବଂ MRAT କୁ ଡାଉନ୍‌ଲୋଡ୍‌ ଓ ଇନ୍‌ଷ୍ଟଲ କରିବାରେଳ ସାହାଯ୍ୟ କରିଥାଏ । ୟେ ଡ୍ରପର କ୍ଲାସ୍‌ ୮୨ରେ ଡବ୍‌ କରାଯାଇଛି । ଏହାକୁ ଏମିତିକି ଭୋବେ ଡିଜାଇନ୍‌ କରାଯାଇଛି ଯେ, ଗୁଗୁଲ ପ୍ଲେ-ପ୍ରୋଟେକ୍ଟ ମଧ୍ୟ ଏହାକୁ ଧରିପାରିବ ନାହିଁ ।

ରିସର୍ଚ୍ଚ ଅନୁଯାୟୀ ଏଭଳି ଭାଇରସ୍‌ ବା ମାଲଓ୍ୱେର ଦ୍ୱାରା ହ୍ୟାକର୍ସମାନେ ମୋବାଇଲକୁ ଆସୁଥିବା ଭେରିଫିକେସନ୍‌ କୋଡ୍‌କୁ ହ୍ୟାକ୍‌ କରିଥାନ୍ତି । ଏହି କୋଡ୍‌ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିଦିଅନ୍ତି । ଏହି ମାଲଓ୍ୱେର ୟୁଜରଙ୍କ ଫୋନ୍‌ରେ ଏମ୍‌ଆର୍‌ଟି ଇନ୍‌ଷ୍ଟଲ କରିଦେଇଥାଏ । ଏମ୍‌ଆର୍‌ଟି ଫୋନ୍‌କୁ ରିମୋର୍ଟ ଆକ୍ସେସର ଅନୁମତି ଦେଇଥାଏ । ଯାହାଦ୍ୱାରା ଅନ୍ୟସ୍ଥାନରେ ଥାଇ ହ୍ୟାକର ମୋବାଇଲକୁ ଚଲାଇଥାଏ ।

ଏହାମଧ୍ୟ କୁହାଯାଇଛି ଯେ, ଯେତେବେଳେ ଡିଭାଇସ୍‌ରେ ମାଲଓ୍ୱେର ଦ୍ୱାରା ପ୍ରଭାବିତ ପେଲୋଡ୍‌ ସଫଳତା ପୂର୍ବକ ଇନ୍‌ଷ୍ଟଲ ହୋଇଯାଏ ସେତେବେଳେ ଡ୍ରପର ଆପ୍‌ ଦ୍ୱାଂରା ଡାଉନ୍‌ଲୋଡ୍‌ ହୋଇଥିବା ପେଲୋଡ୍‌ ଲଞ୍ଚ ହୋଇଥାଏ । ତେଣୁ ୟୁଜର୍ସମାନଙ୍କୁ ଏହା ପରାମର୍ଶ ଦିଆଯାଉଛି ଯେ, ଯଦି ଆପଣଙ୍କ ମୋବାଇଲ୍‌ରେ କିଛି ଅଦରକାରୀ ଆପ୍‌ ବା ସନ୍ଦେହଜନକ ଆପ୍‌ ରହିଛି, ତେବେ ସେଗୁଡ଼ିକୁ ତୁରନ୍ତ ଅନ୍‌ଇନ୍‌ଷ୍ଟଲ କରନ୍ତୁ । ତେବେ ସେହିଭଳି କିଛି ଆପ୍‌ଗୁଡ଼ିକ ହେଲା:-

1.Cake VPN (com.lazycoder.cakevpns)
2. Pacific VPN (com.protectvpn.freeapp)
3. eVPN (com.abcd.evpnfree)
4. BeatPlayer (com.crrl.beatplayers)
5. QR/Barcode Scanner MAX (com.bezrukd.qrcodebarcode)
6. Music Player (com.revosleap.samplemusicplayers)
7. tooltipnatorlibrary (com.mistergrizzlys.docscanpro)
8. QRecorder (com.record.callvoicerecorder)

Leave a Reply