ଚାନ୍ଦବାଲି ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଲାଞ୍ଚ କାରବାର: କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଆରଡ଼ି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଲାଞ୍ଚ କାରବାର । କ୍ୟାମେରାରେ କଏଦ ହୋଇଛି ଲାଞ୍ଚ କାରବାରର କଳା କାରନାମା । ଯେଉଁଥିରେ ମେଡିକାଲ କିରାଣୀ ପ୍ରିୟବତ ମିଶ୍ର ଲାଞ୍ଚ ନେଉଥିବା ଦେଖିବାକୁ ମିଳିଛି । ଶ୍ରୀ ମିଶ୍ର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଦେବାରେ ବିଳମ୍ୱ କରିବା ସହ ଏଥିଲାଗି ଲାଞ୍ଚ ନେଉଥିବା ଜଣାପଡ଼ିଛି ।

ତେବେ ପୂର୍ବରୁ ଏଭଳି ଲାଞ୍ଚ କାରବାର ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିବା ସତ୍ତ୍ୱେ ଚାନ୍ଦବାଲି ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ଅଭିଯୋଗ ହୋଇଛି । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମଗ୍ର ଅଞ୍ଚଳ ନିର୍ଭର କରିଥାନ୍ତି । ମୃତ୍ୟୁ ପ୍ରମାଣପତ୍ର ଆବେଦନର ୭ଦିନ ମଧ୍ୟରେ ଦେବାକୁ ନିୟମ ଥିବାବେଳେ ଏଠାରେ ଅତିକମରେ ଦୁଇରୁ ତିନି ମାସ ଦୌଡିବାକୁ ପଡ଼ିଥାଏ । ଏହି ବିଭାଗରେ ଥିବା କିରାଣୀ ପ୍ରିୟବ୍ରତ ମିଶ୍ର ପ୍ରମାଣପତ୍ର ଦେବାରେ ବିଳମ୍ବ ଏବଂ ଏଥିଲାଗି ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଅଫିସ ଭିତରେ ପଇସା ନେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ତେବେ ସାଙ୍ଗେ ସାଙ୍ଗେ ଶ୍ରୀ ମିଶ୍ର ଲାଞ୍ଚ ନେଇଥିବା ଟଙ୍କା ସବୁ ଟେବୁଲ ତଳେ ଫିଙ୍ଗି ଦେବା ସହ ଲାଞ୍ଚ ନେଉଥିବା କଥାକୁ ଅସ୍ୱୀକାର କରିଛନ୍ତି । ଏ ନେଇ ମେଡିକାଲ ଅଫିସର ବିଷ୍ଣୁ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିିଁ ।  ଅପରପକ୍ଷରେ ଘଟଣାର ତଦନ୍ତ କରି ଲାଞ୍ଚ କାରବାର ବନ୍ଦ କରିବା ଏବଂ ଲାଞ୍ଚ ନେଉଥିବା କିରାଣୀ ପ୍ରିୟବ୍ରତ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଲାଞ୍ଚ କାରବାର ପଛରେ ଆଉ କାହା କାହା ସମ୍ପୃକ୍ତି ରହିଛି ତାକୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଗାଁ ଦାଣ୍ଡରେ ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲା, ବଡ଼ ଭାଇ ଆଟକାଇବାରୁ ତାକୁ ମଧ୍ୟ ମାରିଲା ଦୁର୍ବୃତ୍ତ

Leave a Reply