କାହାର କେତେ ଦମ୍: ୨୦୨୧ ଆଇପିଏଲ୍‌ ୮ଟି ଦଳର ସମ୍ପୂର୍ଣ୍ଣ ଆକଳନ

1 min read

ଆରମ୍ଭ ହୋଇଛି ଫଟାଫଟ ମ୍ୟାଚ୍‌ ଆଇପିଏଲ। ଦମ ଦେଖାଇଲେ ଖେଳାଳି ଝୁମିଲେ ଦର୍ଶକ। ପ୍ରଥମ ମ୍ୟାଚରୁ ହିଁ ହେଲା ଥ୍ରୀଲର। କଡ଼ା ଟକ୍କର ମୁକାବିଲାରେ ସରହିଲା ଉଦଘାଟନି ମ୍ୟାଚ୍‌। ବିନା ଦର୍ଶକରେ ହେଲା ଆଇପିଏଲ କିନ୍ତୁ ପରଦାରେ ଦେଖିଲେ କୋଟି କୋଟି ଖେଳ ପ୍ରେମୀ। ପ୍ରଥମ ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ଏମଆଇକୁ ହରାଇଲା ଭିରାଟ ବାହିନୀ ଆରସିବି। ଏଥର ପ୍ରଥମ ମ୍ୟାଚରୁ ହିଁ ଜଣା ପଡ଼ିଯାଇଛି ଆଗକୁ ସବୁ ମ୍ୟାଚ କେଉଁଭଳି ହେବ। ଦମଦାର ମ୍ୟାଚ ତ ନିଶ୍ଚିତ ହେବ । ଚଳିତ ବର୍ଷ ୨୦୨୧ ଆଇପିଏଲ୍‌ର କିଙ୍ଗ୍‌ ହେବା ପାଇଁ ସବୁ ଦଳ ଚେଷ୍ଟା କରିବେ । ତେବେ ଆସନ୍ତୁ ନଜର ପକାଇବା ୮ ଦଳର ପ୍ରଡିକସନ ଉପରେ।

ପ୍ରଥମେ ଆରମ୍ଭ କରିବା ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ…. 

ଆଇପିଏଲରେ ସର୍ବାଧିକ ଟ୍ରଫି ନିଜ ପଟକୁ ନେବାର ରେକର୍ଡ ରଖିଥିବା ଦଳ। ଗତବର୍ଷ ମଧ୍ୟ ଟିମ ନିଜର ଦମଦାର ପଦର୍ଶନ ସହ ଟ୍ରଫି ହାସଲ କରିଛି। ଦଳ ଏଥର ଟୁର୍ଣ୍ଣାମେଣ୍ଟକୁ ଯିତିବା ସହ ଟ୍ୟାଟ୍ରିକ ଲକ୍ଷରେ ରହିବ। ଯଦି ରୋହିତ ବ୍ୟାଟିଂ କରିବାରେ ବିଫଳ ହୁଅନ୍ତି, ତେବେ କ୍ୱିଣ୍ଟନ୍ ଡି କକ୍ ସଫଳ ହେବାକୁ ପ୍ରସ୍ତୁତ ରହିବେ। ଯଦି ଉଭୟ ବିଫଳ ହୁଅନ୍ତି, ତେବେ ଇଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଦାୟୀତ୍ୱ ନେବା ପାଇଁ ପୁରା ପ୍ରସ୍ତୁତ ରହିଛନ୍ତି । ଯଦି ମୁମ୍ବାଇର ଟପ୍ ଅର୍ଡର ସଂପୂର୍ଣ୍ଣ ବିଫଳ ହୁଏ, ତେବେ ପାଣ୍ଡ୍ୟା ବ୍ରଦର୍ସ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବାକୁ ବାହାରିବେ। ଏଥିସହ ଦଳର ପୋଲାର୍ଡଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଏବଂ ଭଲ ଫିଲଡର ମଧ୍ୟ । ତାଙ୍କର ଦଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ଟ୍ରେଣ୍ଟ ବୋଲ୍ଟ ଏବଂ ରାହୁଲ ଚହର ଭଳି ବୋଲରଙ୍କ ଉପରେ ବୋଲିଂ ନିର୍ଭର କରିବ।

ଚେନ୍ନାଇ ସୁପର କିଙ୍ଗସ

ଏସବୁ ମଧ୍ୟରେ ଧୋନିଙ୍କ ଆଖି ୱାନକେଡେ ଷ୍ଟାଡିୟମର ଫ୍ଲାଟ ପିଚରେ ରହିବ କାରଣ ଚେନ୍ନାଇ ସୁପର କିଙ୍ଗ୍ସକୁ ଚେପକର ମନ୍ଥର ପିଚ୍ ବଦଳରେ ସେଠାରେ ଖେଳିବାକୁ ପଡିବ। CSK ବର୍ତ୍ତମାନ ନିଗିଡିଙ୍କ ସ୍ଥାନରେ ମୋଏନ୍ ଅଲିଙ୍କୁ ଆଣିବାର ଯୋଜନା ରଖିଛି। ସେପଟେ ଗାଏକୱାଡ କିମ୍ବା ଉଥାପ୍ପାଙ୍କ ମଧ୍ୟରୁ କେହି ମଧ୍ୟ ଡୁ-ପ୍ଲେସିସଙ୍କ ସହ ଓପନିଙ୍ଗ ବ୍ୟାଟିଂ କରିପାରନ୍ତି ବୋଲି ଆଶା କରାଯାଉଛି। ଆଇପିଏଲ୍ ୨୦୨୧ ପାଇଁ ରବିନ୍ଦ୍ର ଜାଡେଜା ଏକଦମ ଫିଟ ଆଣ୍ଡ ଫାଇନ ଥିବା ବେଳେ ଗାଏକୱାଡଙ୍କୁ ଓପନର ଭାବେ ପଠାଇପାରେ ଦଳ। ସୁରେଶ ରାଇନା ଟିମ୍‌କୁ ଆସିବା ପରେ ଏବେ ଅଧିକାଂସ ମ୍ୟାଚ ଇମରାନ ତାହିର ଅଧିକ ମ୍ୟାଚ୍‌ ଖେଳି ପାରିବେ । ତେବେ ଯଦି ଦେଖିବା ଅଲରାଉଣ୍ଡର ମୋଏନ୍‌ ଅଲ୍ଲି ଏବଂ ସାମ କରନଙ୍କର ପୂର୍ବ ରେକର୍ଡକୁ ଦେଖି ବ୍ୟାଟିଂର ପ୍ଲେସ୍‌ ଠିକ୍‌ କରାଯିବ ।

ଆରସିବି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମ ଥର ପାଇଁ ଆଇପିଏଲ୍ ଟାଇଟଲ୍ ହାତେଇବାକୁ ପିଚ୍‌କୁ ଓହ୍ଲାଇବେ। ଯଦି ଦେଖିବା ଆରସିବିରେ ଭିରାଟଙ୍କର ନେତୃତ୍ୱ ମୁମ୍ବାଇ ଭଳି ପ୍ରଭାବଶାଳୀ ଦେଖାଯାଏ ନାହିଁ। ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପାଇଁ ଦଳ ବିପୁଳ ପରିମାଣର ଖର୍ଚ୍ଚ କରିଛି। ଦେବଦତ୍ତ ପାଦିକଲ ତାଙ୍କର ଦ୍ୱିତୀୟ ସିଜିନ ଖେଳିବେ। ଯଦି ଏବି ଡି ଭିଲିୟର୍ସ ଏଥର ଫର୍ମରେ ରୁହନ୍ତି ତେବେ ତାଙ୍କ ସାମ୍ନାରେ ବଡ଼ ସ୍କୋର ଭଳି କିଛି ନାହିଁ। ବାଙ୍ଗାଲୋର ଭଲ ବ୍ୟାଟ୍ସମ୍ୟାନ୍‌ ଥିଲେ ମଧ୍ୟ ବୋଲିଂରେ ସେତେଟା ଭଲ ପ୍ରଦର୍ଶନ କରିବେ ବୋଲି ମନେ ହେଉନାହିଁ।  ସେପଟେ କାଇଲ ଅଧିକ ଟଙ୍କାରେ କିଣାଯାଇଥିଲେ ମଧ୍ୟ ଭାରତୀୟ ୱିକେଟ୍ ଉପରେ ବୋଲିଂ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇ ନାହିଁ। ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ତାଙ୍କର ବୋଲିଂରେ ଫର୍ମ ହରାଉଥିବା ଦେଖାଯାଉଛି। ମହମ୍ମଦ ସିରାଜ ଏବଂ ନବଦୀପ ସାଇନି ଏପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲିଂର ପ୍ରଦର୍ଶନ କରିପାରି ନାହାଁନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ

ଅନ୍ୟପକ୍ଷରେ ଋଷଭ ପନ୍ତ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲର ଅଧିନାୟକତ୍ୱ କରିବେ। ପନ୍ଥ ତାଙ୍କ ଅଧିନାୟକତ୍ୱରେ ଏଥର କିଛି ବିରଳ କରିବାକୁ ଚେଷ୍ଟା କରିବେ।  ସେ ତାଙ୍କ ସିନିୟର ପ୍ଲେୟାର ତଥା ଉଚ୍ଚ ଅଭିଜ୍ଞତା ଥିବା ଧୋନିଙ୍କଠାରୁ ପ୍ରେରଣା ନେବାକୁ ଚେଷ୍ଟା କରିବେ। ଗତ ବର୍ଷ ଗାବାରେ ଏକ ଦମଦାର ଇନିଂସ ଖେଳିବା ପରଠାରୁ ପନ୍ତ ବହୁତ ଭଲ ଫର୍ମରେ ଅଛନ୍ତି। ଦିଲ୍ଲୀ ଦଳରେ ପୃଥ୍ୱି ସ, ମାର୍କସ୍ ଷ୍ଟୋଇନିସ୍, ଶିମ୍ରନ୍ ହେଟମାୟର ଏବଂ ଷ୍ଟିଭ୍ ସ୍ମିଥ୍ ଏବଂ ଅଜିଙ୍କ୍ୟ ରାହାଣେଙ୍କ ପରି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ବୋଲରଙ୍କ ମଧ୍ୟରେ କାଗିସୋ ରାବାଡା, ଏନଚିର ନର୍ଟେଜେ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅମିତ ମିଶ୍ର ଏବଂ ଅକ୍ଷର ପଟେଲ ସହଯୋଗ କରିବେ । କାରଣ ଗତ ବର୍ଷ ରନର୍ସଅପ୍ ଦଳ ଏଥର ଗୋଟିଏ ପାଦ ଆଗକୁ ଯିବାକୁ ଚେଷ୍ଟା କରିବ।

ସନରାଇଜର୍ସ ହାଇଦ୍ରାବାଦର

ସନରାଇଜର୍ସ ହାଇଦ୍ରାବାଦ ଦଳ ଅନ୍ୟତମ କ୍ରମାଗତ ପ୍ରଦର୍ଶନକାରୀ ଦଳ । ଏହି ଦଳର ବୋଧହୁଏ ଡେଭିଡ ୱାର୍ନର, ବିଶ୍ୱର ଶ୍ରେଷ୍ଠ ଟି -୨୦ ବୋଲର ରସିଦ ଖାନ, କେନ ୱିଲିୟମସନ, ଜେସନ ହୋଲ୍ଡର, ଜେସନ ରଏ ଏବଂ ଜନି ବେୟାରଷ୍ଟୋଙ୍କ ରୂପରେ ବିଶ୍ୱର ସର୍ବୋତ୍ତମ ବିଦେଶୀ ଟି -୨୦ ଖେଳାଳି ଅଛନ୍ତି। ତେବେ ଏହି ଦଳ ଏଥର ୨୦୨୧ IPL ଟି ୨୦ ଟାଇଟଲ ଉପରେ ହକ୍‌ ଜମାଇବାକୁ ଚେଷ୍ଟା କରିବ ।

କୋଲକାତା ନାଇଟ୍‌ ରାଇଡର୍ସ

କୋଲକାତା ନାଇଟ୍ ରାଇଡର୍ସ ଆକ୍ରମଣାତ୍ମକ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ଫର୍ମକୁ ଫେରିବାକୁ ଆଶା କରୁଥିବାବେଳେ ଦଳ ପୁଣିଥରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। ଅନ୍ତର୍ଜାତୀୟ କ୍ରିକେଟ୍ ରେ ସୀମିତ ଓଭରର ମୁହୂର୍ତ୍ତରେ ଶ୍ରେଷ୍ଠ ଅଧିନାୟକ ଇୟନ୍ ମୋର୍ଗାନ୍ ବ୍ୟାଟିଂ ଅର୍ଡରରେ ସ୍ଥିରତା ଆଣିବାକୁ ଚେଷ୍ଟା କରିବେ। ତେବେ ପୂର୍ବ ଥର ଭଳି  ସୁନୀଲ ନାରାୟଣଙ୍କ ବୋଲିଂ ଆମକ୍ସନ ପୁଣି ଥରେ ଟିମ୍‌କୁ ବିପଦକୁ ନେବାର ସମ୍ଭାବନା ରହିଛି ।

ପଞ୍ଜାବ କିଙ୍ଗ୍ସ

ଏଥର ନାମ ପରିବର୍ତ୍ତନ କରି ମୈଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗ୍ସ। ନାମ ପରିବର୍ତ୍ତନ ହେବା ପରେ ଟିମ୍‌ ଭାଗ୍ୟରେ ପରିବର୍ତ୍ତନ ହେବ ବୋଳଇ ଆଶ ବାନ୍ଧିଛନ୍ତି ଟିମ୍‌ର ମାଲିକ। କିନ୍ତୁ ଅଧିନାୟକ ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଉପରେ ଅନେକ କିଛି ନିର୍ଭର କରିବ। ମହମ୍ମଦ ଶାମି ପୁଣିଥରେ ନିଜର ଫର୍ମ ଫେରି ପାଇବାକୁ ଚେଷ୍ଟା କରିବେ। ଦର୍ଶକମାନେ ପୁଣି ଥରେ କ୍ରିସ୍ ଗେଲଙ୍କ ଭୟଙ୍କର ବ୍ୟାଟିଂକୁ ଅପେକ୍ଷା କରିଛନ୍ତି । ଏଥର ଦଳ କିଛି ନୂଆ ରେକର୍ଡ କରିବାକୁ ଚେଷ୍ଟା କରିବ ।

ରାଜସ୍ଥାନ ରୟାଲ୍ସ

ରାଜସ୍ଥାନ ରୟାଲ୍ସ ଆରମ୍ଭରେ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତିରେ ଖେଳିବ। ସଞ୍ଜୁ ସାମସନଙ୍କ କ୍ୟାପ୍ଟେନସିପ୍‌ରେ ଦଳର ପ୍ରଦର୍ଶନ ଗତ କିଛି ସିଜିନ ହେଲା ଭଲ ପ୍ରଦର୍ଶନ କରିପାରୁନାହିଁ । ଭଲ ପ୍ରଦର୍ଶନ ପାଇଁ ଦଳ ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର ଏବଂ କ୍ରିସ୍ ମୋରିସଙ୍କ ଉପରେ ନିର୍ଭର କରିବ।

Leave a Reply