ମଡେଲ ବନିବା ପାଇଁ ପାକିସ୍ତାନରେ ଅଞ୍ଜୁଙ୍କୁ ଆସୁଛି ଅଫର, ନସରୁଲ୍ଲା କହିଲେ..

ଇସଲାମବାଦ: ଭାରତରେ ସ୍ବାମୀ ଛୁଆଙ୍କୁ ଛାଡ଼ି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ଯାଇଥିବା ଅଞ୍ଜୁଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବରମାନ ନଜରକୁ ଆସୁଛି । ପାକିସ୍ତାନରେ ସ୍ବାମୀ ନସରୁଲ୍ଲାଙ୍କ ସହ ରହିଥିବା ଅଞ୍ଜୁଙ୍କୁ ଆସୁଛି ମଡେଲ ବନିବା ପାଇଁ ଅଫର । ବିଭିନ୍ନ ବିଜ୍ଞାପନ ପାଇଁ ଅଞ୍ଜୁଙ୍କୁ ଅଫର ଆସୁଛି ।  ପାକିସ୍ତାନରେ ଅଞ୍ଜୁ ଏବେ ଜଣେ ସେଲିବ୍ରେଟିଙ୍କ ଭଳି ଜୀବନ କାଟୁଛନ୍ତି । ସେ ଯେଉଁ ସ୍ଥାନକୁ ଯାଉଛନ୍ତି ଲୋକେ ତାଙ୍କ ସହ ସେଲଫି ନେଉଛନ୍ତି । ଏପରିକି ଏତେ ଲୋକ ସେଲଫି ନେବାକୁ ବ୍ୟସ୍ତ ଯେ ଧାଡ଼ିରେ ମଧ୍ୟ ଛିଡ଼ା ହୋଇଥାନ୍ତି । ପାକିସ୍ତାନରେ ଅଞ୍ଜୁଙ୍କ ଲୋକପ୍ରିୟତା ଏତେ ମାତ୍ରାରେ ପରିଣତ ହୋଇଛି ଯେ ଅନେକ ବ୍ରାଣ୍ଡ ତାଙ୍କୁ ସେମାନଙ୍କ ପ୍ରଡକ୍ସନ ପାଇଁ ବିଜ୍ଞାପନ ଦେବା ପାଇଁ ଅଫର୍ ଦେଉଛନ୍ତି । କିଛି ଦିନ ପୂର୍ବେ ଅଞ୍ଜୁ ସାକାକୋଟର ଏକ ବିୟୁଟି ପାର୍ଲରକୁ ମେକ୍ ଇନ୍ ପାଇଁ ଯାଇଥିଲେ, ଯେଉଁଠାରେ ତାଙ୍କଠାରୁ କୌଣସି ଟଙ୍କା ନେଇନଥିଲେ । ଏପରକି ସ୍ବାମୀ ନସରୁଲ୍ଲାଙ୍କ ସହ ଦୈନିକ ବଜାରକୁ ସମାଗ୍ରୀ କିଣିବା ପାଇଁ ଯାଉଥିବାବେଳେ ଦେକାନୀମାନେ ଟଙ୍କା ମଧ୍ୟ ନେଉନାହାନ୍ତି ।

ଅଞ୍ଜୁଙ୍କ ସ୍ବାମୀ ନସରୁଲ୍ଲା କହିଛନ୍ତି କି, ଏଯାବତ ଯଦିଓ ବଡ଼ ବଡ଼ ବ୍ରାଣ୍ଡର ଅଫର ମିଳିନାହିଁ । ତଥାପି ଅନେକ ଛୋଟ ପ୍ରଡକ୍ଟ ପାଇଁ ବିଜ୍ଞାପନ ଅଫର ରହିଛି । ଯଦି ସେ ଚାହିଁବେ ଏଥିରେ ଅଭିନୟ କରିପାରିବେ । ଏଯାବତ ଲୋକେ ଅନେକ ଉପହାର ଦେଇଛନ୍ତି । ଯଦି ସେ ବିଜ୍ଞାପନରେ କାମ କରିବେ ତାହେଲେ ଲୋକଙ୍କ ଆଉ ସେ ଭଲ ପାଇବା ରହିବ ନାହିଁ । ବଜାରରେ ସମସ୍ତେ ତାଙ୍କୁ ଭଉଣୀ ବୋଲି ମଧ୍ୟ ସମ୍ବୋଧନ କରନ୍ତି ।