ରାଉରକେଲାରେ ଆଉ ଏକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ରାଉରକେଲା: ରାଉରକେଲାର ଆଉ ଏକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କଲା ପ୍ରଶାସନ । ରାଉରକେଲା ମୁନସିପାଲଟି କର୍ପୋରେସନ୍‌ର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଶିଳ୍ପାଞ୍ଚଳର ପିଏଫ୍ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଏହି ସବୁ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଫଳରେ ଚିହ୍ନଟ ସଂକ୍ରମିତମାନେ ଯେଉଁ ସବୁ ଲୋକଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଟେଷ୍ଟିଂ କରାଯିବ । ଏହି ଅଞ୍ଚଳ ମଧ୍ୟକୁ ସବୁ ପ୍ରକାର ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି । ଏଥିସହିତ କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ଥିବା ଲୋକଙ୍କୁ ଆବଶ୍ୟକ ଔଷଧ ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ସେମାନେ ଲୋକଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବେ ।

ଏଥିସହିତ ପଢ଼ନ୍ତୁ: କେତେ ଭୟଙ୍କର ବେଙ୍ଗଲର ଟ୍ରିପଲ ମ୍ୟୁଟାଣ୍ଟ?

Leave a Reply