କମୁଛି ବୈତରଣୀ ଜଳସ୍ତର, ତଥାପି ଗାଁ ଦାଣ୍ଡରେ ଲହଡ଼ି ମାରୁଛି ବନ୍ୟାପାଣି

ଆରଡି : କମୁଛି ବୈତରଣୀ ଜଳସ୍ତର। ସେପଟେ ଧାମନଗର ବ୍ଲକର ୧୨ଟି ପଞ୍ଚାୟତର ୩୫ ରୁ ଅଧିକ ଗାଁ ଜଳବନ୍ଦୀ ରହିଛି। ଗାଁ ଦାଣ୍ଡରେ ବନ୍ୟାପାଣି ଲହଡ଼ି ମାରୁଛି। ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତର ୦ଗାଁ ପ୍ରଭାବିତ ହୋଇଥିବା ଵେଳେ ୧୪ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଏବେବି ଅନେକ ରାସ୍ତାରେ ବନ୍ୟାପାଣି ପ୍ରଵାହିତ ହେଉଥିବାରୁ ଦୈନନ୍ଦିନ କାର୍ଯ୍ଯ ପାଇଁ ଲୋକମାନେ ପାଣିରେ ପଶି ଯାତାୟତ କରୁଛନ୍ତି। ୬ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ବନ୍ୟାପାଣି ଯୋଗୁ ହଜାରହଜାର ଏକର ସାରଦା ଧାନତଳି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ପାନ୍ଥନିବାସ ନିକଟରେ ଦବିଛି ଜାତୀୟ ରାଜପଥର କଲଭର୍ଟ। ବେଶି ପ୍ରଭାଵିତ ହୋଇଛନ୍ତି ଗୃହପାଳିତ ପଶୁ। ଵନ୍ୟାର ୫ଦିନ ପରେ ଜିଲା ପ୍ରଶାସନ ଅଧିକାରୀ ବନ୍ୟାଞ୍ଚଳକୁ ଯାଇ ବିପନ୍ନଙ୍କୁ ଭେଟିବା ସହ ଜଳଵନ୍ଦୀଥିବା ବିପନ୍ନଙ୍କ ପାଇଁ ରନ୍ଧାଖାଦ୍ୟର ଵ୍ୟଵସ୍ଥା କରାଇଥିଲେ ମଧ୍ୟ ବହୁ ବିପନ୍ନ ଖାଦ୍ୟ ଗ୍ରହଣ ନକରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପାଣି ଛାଡିଵା ଯାଏଁ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ କହିଛନ୍ତି ଭଦ୍ରକ ଜିଲାପାଳ ଦିଲୀପ ରାଉତରାୟ।